ହରିୟାଣାରୁ ଅଲକାଏଦା ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ହରିୟାଣାର ମେୱାତରୁ ଜଣେ ଅଲକାଏଦା ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ତା ନାଁ ଅବଦୁଲ୍ ସମ୍ମି। ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛିଦିନ ତଳେ କଟକ ଜଗତପୁର ଅଞ୍ଚଳରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ୍ ଲିଙ୍କରେ ସମ୍ମିକୁ ଗିରଫ କରାଯାଇଛି। ସମ୍ମିର ଘର ଜମସେଦପୁରରେ।

ପୂର୍ବରୁ ସମ୍ମି ଦୁବାଇ ବାଟ ଦେଇ ପାକିସ୍ତାନ ଯାଇ ମନସେରାରେ ପ୍ରଶିକ୍ଷଣ ନେଇଛି। ଆସନ୍ତା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ପୋଲିସ୍ ତାକୁ ରିମାଣ୍ଡରେ ନେଇଛି। ଗତବର୍ଷ ସେପ୍ଟେମ୍ୱରରେ ଭାରତୀୟ ଉପ ମହାଦ୍ୱୀପରେ ଅଲକାଏଦା ସଂଗଠନ ଏହାର ଶାଖା ଆରମ୍ଭ କରିବା ନେଇ ଘୋଷଣା କରିଥିଲା।