ହରିୟାଣା: ଟ୍ରେନକୁ ଧକ୍କା ଦେଲା ଟ୍ରେନ୍, ଜଣେ ମୃତ, ଶତାଧିକ ଆହତ

ଗୁଡଗାଓ: ହରିୟାଣାର ପଲୱାଲ ଜିଲ୍ଲାରେ ମଙ୍ଗଳବାର ସକେଳେ ରେଳ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପଲୱାଲରେ ମୁମ୍ୱାଇ-ହରିଦ୍ୱାର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଟ୍ରାକ ଉପରେ ଛିଡ଼ା ହୋଇଥିବା ବେଳେ ପଛପଟୁ ଏକ ଇଏମୟୁ ଆସି ଧକ୍କା ଦେଇଥିଲା। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। କୁହୁଡ଼ି କାରଣରୁ ଇଏମୟୁର ଚାଳକ ସମାନ ଟ୍ରାକରେ ଟ୍ରେନ ଥିବା କଥା ଜାଣି ପାରି ନ ଥିଲେ। ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ସ୍ଥାନୀୟ ପଲୱାଲ ଓ ଫରିଦାବାଦର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।