କଂଗ୍ରେସ ଦଳରେ ଯୋଗ ଦେଇ ପାରନ୍ତି ହରଭଜନ

ଚଣ୍ଡୀଗଡ଼: କ୍ରିକେଟର ହରଭଜନ ସିଂ କଂଗ୍ରେସ ଦଳରେ ସାମିଲ ହେବାକୁ ଯାଉଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ହରଭଜନ ଜଳନ୍ଦରରୁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ନବଜୋତ୍‌ ସିଂ ସିଦ୍ଧୁଙ୍କ କଂଗ୍ରେସରେ ସାମିଲ ହେବା ନେଇ ଆଲୋଚନା ଚାଲିଥିବା ବେଳେ ଏବେ ଭଜିଙ୍କ ନାଁ ବି ଉଠିଛି। ଖବର ମୁତାବକ ହରଭଜନ ସିଂ ରାଜନୀତିକୁ ଆସିବା ପାଇଁ କିଛି ମାସ ଧରି କଂଗ୍ରେସର ବରିଷ୍ଠ ନେତା ଅମରିନ୍ଦର ସିଂଙ୍କ ସହ ସଂପର୍କରରେ ରହିଛନ୍ତି।