ପତ୍ନୀ କଲେ ସତର୍କ: କ୍ରିକେଟର୍‌ ସ୍ୱାମୀ ପାକିସ୍ତାନ ଠାରୁ ନେଇଛନ୍ତି ଟଙ୍କା, ଭାରତକୁ ଦେଇପାରନ୍ତି ଧୋକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଡ଼ୁଆରେ ମହମ୍ମଦ ସାମି। ଗୋଟିଏ ପରେ ଗୋଟିଏ ଅଭିଯୋଗ କରିଚାଲିଛନ୍ତି ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜହାନ୍‌। ମହମ୍ମଦ ସାମି ବିବାହିତ ଥାଇ ମଧ୍ୟ ପାକିସ୍ତାନୀ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ପରେ ଏବେ ଆଉ ଗୋଟିଏ ସଙ୍ଗିନ ଅଭିଯୋଗ ଆଣିଛନ୍ତି ପତ୍ନୀ ହସିନ୍‌ ଜହାନ୍‌। ଯାହା ସାମିଙ୍କ ପାଇଁ ଚିନ୍ତାର ବିଷୟ ପାଲିଟିଛି। ହସିନ୍ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱମୀ ମହମ୍ମଦ ସାମି ଭାରତକୁ ଧୋକା ଦେଇ ପାରନ୍ତି। ସାମି ପାକିସ୍ତାନ ଠାରୁ ଟଙ୍କା ନେଇଥିବାରୁ ଭାରତ ସହ ଧୋକା କରିପରନ୍ତି, ତେଣୁ ତାଙ୍କ ପ୍ରତି ସତର୍କ ରହିବାକୁ ହସିନ କହିଛନ୍ତି।

 ହସିନ୍‌ ଏହା ମଧ୍ୟ କହିଛନ୍ତି, କରାଚିର ଏକ ମହିଳାଙ୍କ ସହ ତାଙ୍କ ସ୍ୱାମି ଶାରିରୀକ ସମ୍ପର୍କ ରଖିଛନ୍ତି। ଏହି ମହାଳାଙ୍କ ନାଁ ଆଲିସା। କିଛିଦିନ ପୂର୍ବେ ସାମି ତାଙ୍କୁ ଏକ ଦୁବାଇର ହୋଟେଲକୁ ଡାକିଥିଲେ। ତାଙ୍କ ପାଇଁ ହୋଟେଲ୍‌ ରୁମ ବୁକ କରି ତାଙ୍କ ସହ ଶାରିରୀକ ସମ୍ପର୍କ କରିଥିଲେ। ଏହାପରେ ଆଲିସା ଯିବା ପୂର୍ବରୁ ସାମିଙ୍କୁ ଅନେକ ଟଙ୍କା ଦେଇଥିବା ହାସିନ ଅଭିଯୋଗ କରିଛନ୍ତି। ହସିନ କହିଛନ୍ତି ଯେଉଁ ସ୍ୱାମି ନିଜ ପତ୍ନୀ ସହ ଧୋକା କରିପାରନ୍ତି ସେ ନିଜ ଦେଶ ସହ ଧୋକା କରିବାଟା ଅସମ୍ଭବ ନୁହେଁ। ହସିନ କହିଛନ୍ତି ତାଙ୍କ ନିକଟରେ ପ୍ରମାଣ ଅଛି। ମହମ୍ମଦ ସାମି ଓ ଆଲିସା ଦୁବାଇରେ ଏକ ହୋଟରେ ରହୁଥିଲେ। ଏହାପରେ ଆଲିସାଙ୍କ ଠାରୁ ଟଙ୍କା ନେଇଥିବା କଥା ମଧ୍ୟ ମହମ୍ମଦ ସାମି ଫୋନରେ ସ୍ୱିକାର କରିଛନ୍ତି। ଏହି ଫୋନ କଲ୍‌ର ରେକର୍ଡ ମଧ୍ୟ ସେ ରଖିଛନ୍ତି। କଣ ପାଇଁ ମହମ୍ମଦ ସାମି ଟଙ୍କା ନେଇଛନ୍ତି ପାକିସ୍ତାନ ମହିଳାଙ୍କ ଠାରୁ, ଏହା ଉପରେ ତଦନ୍ତ ହେଉ ବୋଲି ହସିନ କହିଛନ୍ତି।