ଆମେରିକାରେ ଭାରତୀୟଙ୍କ ବିରୁଦ୍ଧରେ ହେଟ୍‌ କ୍ରାଇମ

ୱାଶିଂଟନ୍‌: ଆମେରିକାରେ ଭାରତୀୟଙ୍କ ବିରୁଦ୍ଧରେ ହେଟ୍‌ କ୍ରାଇମ ହୋଇଛି। ୫୧ ବର୍ଷୀୟା ଜଣେ ଅଭିଯୁକ୍ତ ଗୁଳି ଚଳାଇବା ଫଳରେ ହାଇଦ୍ରାବାଦରେ ଜଣେ ଇଞ୍ଜିନିୟର ଶ୍ରୀନିବାସ ଭୋଟାଲଙ୍କ ମୃତ୍ୟୁ ଘଟିଥିବାବେଳେ ଇଞ୍ଜିନିୟର ଆଲୋକ ମଦାସିନି ଆହତ ହୋଇଛନ୍ତି। କାନ୍‌ସାସ୍‌ ସିଟିର ଏକ ବାରରେ ଏହି ଘଟଣା ଘଟିଛି।

ଅଭିଯୁକ୍ତ ଆଦାମ୍‌ ପୁରିନଟନକୁ ପୋଲିସ୍‌ ଗିରଫ କରିଛି। ଆଦାମ୍‌ଙ୍କ ଗୁଳିରେ  ବାରର୍‌ ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସେ ପ୍ରତିରୋଧ କରିବାରୁ ଆଦାମ ତାଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଗୁଳି ଚଳାଇବା ସମୟରେ ଆମେରିକା ଛାଡ଼ି ଚାଲିଯାଅ ବୋଲି ଅଭିଯୁକ୍ତ ଚିତ୍କାର କରୁଥିବା ବାରର କର୍ମଚାରୀ କହିଛନ୍ତି। ଏହା ହେଟ୍‌ କ୍ରାଇମ୍‌ କି ନୁହେଁ ସେ ନେଇ ତଦନ୍ତ ଚାଲିଛି। ଅଭିଯୁକ୍ତ ଆଦାମଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି।