କାଲିଫର୍ଣ୍ଣିଆ: ବାତ୍ୟାରେ ୫ ମୃତ

ଲସ୍‌ ଏଞ୍ଜେଲ୍ସ: କାଲିଫର୍ଣ୍ଣିଆରେ ଦେଖା ଦେଇଥିବା ବାତ୍ୟାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟା ଯୋଗୁଁ ୩୦୦ରୁ ଅଧିକରୁ ବିମାନର ଉଡ଼ାଣ ରଦ୍ଦ କରି ଦିଆଯାଇଛି। ୧୦୦୦ରୁ ଅଧିକ ଘରକୁ ଖାଲି କରି ଏହାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଅଯାଇଛି। ବାତ୍ୟାର ପ୍ରକୋପ କମିଥିବା ବେଳେ ଏହା ଏବେ ଉତ୍ତର ଆମେରିକା ଆଡ଼କୁ ଗତି କରୁଛି।

ବାତ୍ୟା ପରେ କାଲଫର୍ଣ୍ଣିଆରେ ଲଗାଣ ବର୍ଷା ଲାଗି ରହିଛି। ଲସ୍‌ ଏଞ୍ଜେଲ୍ସରେ ପ୍ରବଳ ବର୍ଷାର ଆଶଙ୍କାରେ ହଜାର ହଜାର ଳୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ କିଛି ଅଞ୍ଚଳରେ ବିଦ୍ୟୁତ୍‌ ସେବା ବନ୍ଦ କରିଦିଆଯାଇଛି