ଗୋ-ହତ୍ୟାକୁ ଜାମିନବିହୀନ ଅପରାଧ ଘୋଷଣା କରାଯାଉ: ହାଇକୋର୍ଟ ବିଚାରପତି

ହାଇଦ୍ରାବାଦ: ଗୋ-ହତ୍ୟା ନିଷେଧ ସମର୍ଥନରେ ହାଇଦ୍ରାବାଦ ହାଇକୋର୍ଟର ଜଣେ ବିଚାରପତି।  ଗୋ ହତ୍ୟା ହେଉଛି ଧର୍ତ୍ତବ୍ୟ ଅପରାଧ।  ଗୋହତ୍ୟାକୁ ଜାମିନବିହୀନ ଅପରାଧ ଘୋଷଣା କରାଯାଉ ବୋଲି ହାଇଦ୍ରାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି. ଶିବଶଙ୍କର ରାଓ କହିଛନ୍ତି। ସେ କହିଛନ୍ତି ଯେ, ଗାଈ  ହେଉଛି ମାତୃତ୍ୱର ପ୍ରତୀକ। ତାକୁ ଜାତୀୟ ପବିତ୍ର ସମ୍ପତ୍ତି ଭାବେ ମାନ୍ୟତା ଦିଆଯାଉ ବୋଲି ସେ ଯୁକ୍ତିବାଢିଛନ୍ତି। ଆନ୍ଧ୍ରପ୍ରଦେଶର ରାମାଭଥ୍‌ ହାମୁନା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬୩ ଗାଈକୁ ପୋଲିସ ଜବତ କରିବା ନେଇ ସେ ହାଇକୋର୍ଟ ଯାଇଥିଲେ। ଗାଈ ଗୁଡ଼ିକୁ ମୁକୁଳିବା ପାଇଁ  ସେ ଆବେଦନ କରିଥିଲେ ମଧ୍ୟ  ବିଚାରପତି ଶିବଶଙ୍କର ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

ଏହି ଗାଈ ଗୁଡ଼ିକୁ ମାରି ମାଂସ ବିକିବା ଉଦ୍ଦେଶ୍ୟରେ  ରଖିଥିବା ଅଭିଯୋଗରେ ପୋଲିସ ଉକ୍ତ ଗୋରୁ ଗୁଡ଼ିକୁ ଜବତ କରିଥିଲା। ଏହି ଅବସରରେ ଉପରୋକ୍ତ ମତ ପୋଷଣ କରିଥିଲେ ଜଷ୍ଟିସ୍‌ ବି. ଶିବଶଙ୍କର ରାଓ।  ଏହା ପୂର୍ବରୁ ଗତ ମାର୍ଚ୍ଚ ୩୧ ତାରିଖରେ ରାଜସ୍ଥାନ ହାଇକୋର୍ଟ ଗୋ ହତ୍ୟା ପାଇଁ ଆଇନ ବ୍ୟବସ୍ଥାରେ କଠୋରଦଣ୍ଡ ବିଧାନ ହେଉ ବୋଲି ସେ କହିଥିଲେ। ଗୋ ହତ୍ୟା ଲାଗି  ଆଜୀବନ କାରାଦଣ୍ଡର ବ୍ୟବସ୍ଥା ହେଉ ବୋଲି କହିଥିଲେ।