‘ହାର୍ଟ ଅଫ୍ ଏସିଆ’ ସମ୍ମିଳନୀ ପାଇଁ ଇସଲାମାବାଦରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଇସଲାମାବାଦ: ‘ହାର୍ଟ ଅଫ୍ ଏସିଆ’ ସମ୍ମିଳନୀ ପାଇଁ ଇସଲାମବାଦରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ଆଫଗାନ ରାଷ୍ଟ୍ରପତି ଅଶରଫ୍ ଘନିଙ୍କ ସମତେ ଦୁଇଦେଶର ବହୁ ପଦସ୍ତ ଅଧିକାରୀ ଯୋଗ ଦେଉଥିବାରୁ ଏମାନଙ୍କ ଲାଗି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସମ୍ମିଳନୀ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡା କରିଦିଆଯାଇଛି।

ଦୀର୍ଘବର୍ଷ ପରେ ପାକିସ୍ତାନରେ ଏଭଳି ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ହେଉଛି। ଏଥିପାଇଁ ଇସଲାମବାଦକୁ ବହୁ ବିଦେଶୀ ଭିଭିଆପି ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇସଲାମବାଦ ସହରକୁ ବିଭିନ୍ନ ସ୍ଥାନକୁ ସିଲ କରାଯାଇଛି। ସେହିଭଳି ସମ୍ମିଳନୀ ସ୍ଥଳରେ ମଧ୍ୟ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପାକିସ୍ଥାନ ପକ୍ଷରୁ ସୂଚନା ମିଳିଛି।