ଚେନ୍ନାଇରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।   ଗତ ୧୨ ଘଣ୍ଟା ମଧ୍ୟରେ ଚେନ୍ନାଇରେ ୨୫.୩ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୋର ୩ଟା ୩୦ରୁ ୫ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁ କିଛି ବିମାନର ଗତିପଥକୁ ବଦଳାଯାଇଥିଲ ।  ଏଥିଯୋଗୁ ଚେନ୍ନାଇ ବିମାନ ବନ୍ଦରରେ ଅନେକ ବିମାନର ରୁଟକୁ ପରିବର୍ତ୍ତନ କରାଯାଇଛି।

ବ୍ରିଟିଶ ଏୟାର ୱେଜର ଦୁଇଟି ବିମାନକୁ ହାଇଦ୍ରାବାଦରେ ଅବତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ଜୁନ ପହିଲାରୁ ସେପଟେମ୍ବର ୨୯ ମଧ୍ୟରେ ଚଳିତବର୍ଷ ୩୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି।   ଦକ୍ଷିଣ ପଶ୍ଚିମ ଓ ଉତ୍ତରପୂର୍ବ ମୌସୁମୀ ବାୟୁର ମିଳିତ ପ୍ରଭାବରେ ଏବେ ଚେନ୍ନାଇରେ ପ୍ରବଳ ବର୍ଷା ହେଉଛି।