କ୍ରାସ୍ ଲ୍ୟାଣ୍ଡ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: କେଉଁଠି ?

ନୂଆଦିଲ୍ଲୀ: ହେଲିକପ୍ଟର୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ।  ଫଡନାଭିସ ଓ ତାଙ୍କ ଟିମ୍‌ଙ୍କୁ ନେଇ ଯାଉଥିବା ହେଲିକପ୍ଟର କ୍ରାସ୍ ଲ୍ୟାଣ୍ଡ କରିଛି। ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଲାଟୁରରେ ଏହାକୁ କ୍ରାସ ଲ୍ୟାଣ୍ଡ କରିଥିଲେ ପାଇଲଟ୍।  ତେବେ ମୁଖ୍ୟମନ୍ତ୍ରୀ ଫଡନାଭିସ୍  ଓ  ତାଙ୍କ ଟିମ୍ ସୁରକ୍ଷିତ ଅଛନ୍ତି। ଫଡନାଭିସ ଦୁର୍ଘଟଣା ସମ୍ପର୍କରେ ଟ୍ୱିଟ୍‌ କରି ଜଣାଇଛନ୍ତି।

ତେବେ କେଉଁ କାରଣରୁ କ୍ରାସ ହେଲା ତାହା ବର୍ତ୍ତମାସ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ସୌଜନ୍ୟ- ଇଣ୍ଡିଆ ଟୁଡେ