ଖସିପଡ଼ିଲା ବାୟୁସେନା ହେଲିକପ୍ଟର: ୨ ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବାୟୁସେନାର ପୁଣି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଆସାମର ମଜୁଲିରେ  ଦୁର୍ଘଟଣାଗ୍ରସ୍ତ ହୋଇଛି ଏହି ମାଇକ୍ରୋଲାଇଟ୍ ହେଲିକପ୍ଟର । ଏଥିରେ ପ୍ରାଣ  ହରାଇଛନ୍ତି ଦୁଇ ପାଇଲଟ୍। ସ୍ଥାନୀୟ ପୋଲିସର ସୂଚନା ଅନୁସାରେ  ସୁମୋଇମାରି ଚାପୋରି ପାଖରେ ବୈଷୟିକ କାରଣରୁ ହେଲିକପ୍ଟରଟି  ଦୁର୍ଘଟଣାଗ୍ରସ୍ତ ହୋଇଛି।   ଅଧିକ ତଦନ୍ତ ଲାଗି ଘଟଣାସ୍ଥଳକୁ ପ୍ରତିରକ୍ଷା ଓ ବାୟୁସେନା ଅଧିକାରୀ ଯାଇଛନ୍ତି। ପ୍ରକାଶ ଯେ, ଏହି ବିମାନଟି ଜୋରହାଟ୍‌ ଜିଲ୍ଲାର ରାଓରିଆ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରି  ମାଜୁଲି ଆଡକୁ ଯାଉଥିଲା। ଅପରାହ୍ନ ୧.୩୦ରେ ସୁମୋଇମାରି ଚାପୋରୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା।  ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।