ମୁମ୍ୱାଇରେ ହେଲିକପ୍ଟର ନିଖୋଜ

ମୁମ୍ୱାଇ: ମୁମ୍ବାଇ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରୁ ଏକ ହେଲିକପ୍ଟର ନିଖୋଜ ହୋଇଥିବା ଜଣାପଡ଼ିଛି । ଏହି ହେଲିକପ୍ଟରରେ ୭ ଜଣ ଯାତ୍ରୀ ଅଛନ୍ତି। ହେଲିକପ୍ଟରରେ ONGCର କର୍ମଚାରୀ ବି ରହିଥିବା ସୂଚନା ମିଳିଛି। ମୁମ୍ବାଇରୁ ୩୦ ନଟିକାଲ୍ ମାଇଲ୍ ଉଡ଼ାଣ ପରେ ହେଲିକପ୍ଟରଟି ନିଖୋଜ ହୋଇଛି।

ବର୍ତ୍ତମାନ ସୁଦ୍ଧା ହେଲିକପ୍ଟର ସହ ଯୋଗାଯୋଗ ହୋଇପାରି ନାହିଁ। ମୁମ୍ବାଇ ONGC ପ୍ଲାଣ୍ଟ ପାଇଁ ଉଡ଼ାଣ ଭରିଥିଲା ଏହି ହେଲିକପ୍ଟର। ଆଜି ସକାଳ ୧୦ଟା ୫୮ ମିନିଟ୍‌ରେ ହେଲିକପ୍ଟର ONGC ପ୍ଲାଣ୍ଟ ପହଞ୍ଚିଥାନ୍ତା।