ଫେସ୍‌ବୁକ୍‌ରେ କେହି ସାଙ୍ଗ ଏହି ଫଟୋ ପୋଷ୍ଟ କରୁଛନ୍ତି କି ? ତୁରନ୍ତ କରିଦିଅନ୍ତୁ ଅନ୍‌ଫ୍ରେଣ୍ଡ

ନୂଆଦିଲ୍ଲୀ: ଆଜିକାଲି କିଛି ଲୋକ ଫେସ୍‌ବୁକ୍‌ରେ ସବୁଜ ରଙ୍ଗର ଚନ୍ଦ୍ର ଫଟୋ ପୋଷ୍ଟ କରୁଛନ୍ତି। ଏଥିରେ ଦାବି କରାଯାଉଛି ୨୦ ଏପ୍ରିଲକୁ ଚନ୍ଦ୍ର ସବୁଜ ରଙ୍ଗର ଦେଖାଯିବ। କାରଣ ଏହିଦିନ ୟୁରେନ୍ସ ପୃଥିବୀ ଓ ଚନ୍ଦ୍ରର ନିକଟତର ହେବ। ଏହାମଧ୍ୟ କୁହାଯାଉଛି, ଏହା ଏକ ଦୃର୍ଲଭ ସଂଯୋଗ ଓ ଏହା ୪୨୦ ବର୍ଷ ପରେ ପଡ଼ୁଛି। ହେଲେ ବାସ୍ତବତା ଏପରି ନୁହେଁ। ଏହା କେବଳ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯିବାକୁ କରାଯାଉଛି।

ସୂଚନାଯୋଗ୍ୟ, ଏପରି ସବୁଜ ଚନ୍ଦ୍ରର ମିଥ୍ୟା ଦାବି ୨୦୧୬ରେ ଆରମ୍ଭ ହୋଇଥିଲା। ୨୦୧୬ ମେ’ ୨୯ ତାରିଖରେ ଏପରି ହେବ ବୋଲି କୁହାଯାଇଥିଲା। ହେଲେ ଉକ୍ତଦିନ ରାତିରେ ସେପରି କିଛି ହୋଇ ନଥିଲା। ଆଗକୁ ମଧ୍ୟ ଏପରି କିଛି ହେବାର ନାହିଁ। ଯଦି ଆପଣଙ୍କ କୌଣସି ଫେସ୍‌ବୁକ ଫ୍ରେଣ୍ଡ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ତେବେ ତାଙ୍କୁ ତୁରନ୍ତ ଅନ୍‌ଫ୍ରେଣ୍ଡ କରିଦିଅନ୍ତୁ। ଏହି ବାହାନାରେ ଆପଣଙ୍କ ଫେସ୍‌ବୁକ୍‌ ଫ୍ରେଣ୍ଡ ଲିଷ୍ଟ ସଫା ହୋଇଯିବ ଓ ବେକାର ଲୋକ ଆପଣଙ୍କ ମିଥ୍ୟା ପ୍ରଚାର ଶୁଣିବାରୁ ଆପଣଙ୍କୁ ମୁକ୍ତି ମିଳିଯିବ।

ସବୁଜ ଚନ୍ଦ୍ର ଦେଖାଯିବ ବୋଲି ଦାବି କରୁଥିବା ଲୋକେ ଏହା ମଧ୍ୟ କହୁଛନ୍ତି ୪୨୦ ବର୍ଷ ପରେ ଏହି ସଂଯୋଗ ଘଟୁଛି। ହେଲେ ପ୍ରକୃତ କଥା ହେଲା ‘୪୨୦’ ଏକ କୋଡ଼ ନମ୍ବର। ଏହାର ଅର୍ଥ ଭାଙ୍ଗ। ଚରସ ଓ ଗଞ୍ଜେଇ ସେବନ କରୁଥିବା ଲୋକେ ୪/୨୦ ଅର୍ଥାତ ଏପ୍ରିଲ ୨୦କୁ ସ୍ପେଶାଲ କୋନବିସ ସ୍ମୋକିଙ୍ଗ ଡେ’ ଭାବେ ପାଳନ କରିଥାନ୍ତି। ତେଣୁ ଯିଏ ବି ଏହି ସବୁଜ ଚନ୍ଦ୍ରର ମିଥ୍ୟା ପ୍ରଚାର କରିଛି, ସେ ନିଶ୍ଚିତ ଭାଙ୍ଗ ଖାଇ ଏପରି କରିଛି।