ବିଶ୍ୱବ୍ୟାପୀ ହିଂସା ଓ ବିନାଶ ପାଇଁ ହିଲାରୀଙ୍କୁ ଦାୟୀ କଲେ ଟ୍ରମ୍ପ

ୱାସିଙ୍ଗଟନ: ରିପବ୍ଲିକାନ ଦଳର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରେଟିକ ଦଳର ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଦେଶ ମନ୍ତ୍ରୀ ଥିଲାବେଳେ ହିଲାରୀ ମୃତ୍ୟୁ, ଧ୍ୱଂସ ଓ ଦୁର୍ବଳତାର ଛାପ ଛାଡି ଯାଇଛନ୍ତି। ସାରା ବିଶ୍ୱରେ ହେଉଥିବା ବିନାଶ ପାଇଁ ସେ ହିଲାରୀଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତିକୁ ଦାୟୀ କରିଛନ୍ତି।

ଗତ ଗୁରୁବାର ରାତିରେ ଟ୍ରମ୍ପ ଏକ ଦଳୀୟ ସଭାକୁ ସମ୍ୱୋଧିତ କରି କହିଥିଲେ, “ଆମେରିକା ସଂକଟ ଦେଇ ଗତି କରୁଛି। ଯିଏ ବି ହିଂସା, ଘୃଣା ଓ ଅତ୍ୟାଚାରକୁ ସମର୍ଥନ କରୁଛନ୍ତି ତାଙ୍କୁ ଆମେରିକାରେ ପଶିବାକୁ ଦିଆଯିବ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି, “ରାଷ୍ଟ୍ରପତି ବାରାକ ଓବାମା ହିଲାରୀଙ୍କୁ ବିଦେଶ ମନ୍ତ୍ରୀ କରିବା ନିଷ୍ପତ୍ତି ଉପରେ ପଶ୍ଚାତାପ କରିବା ଦରକାର।”