ହିମାଚଳ ପ୍ରଦେଶ: ବସ‌୍ ଦୁର୍ଘଟଣାଗ୍ରସ୍ତ, ୭ ମୃତ, ୩୦ ଆହତ

ନୂଆଦିଲ୍ଲୀ: ହିମାଳଚ ପ୍ରଦେଶରେ ସୋଲନରେ ଏକ ବସ‌୍ ଘାଟି ତଳକୁ ଖସି ପଡ଼ିବାରୁ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି। ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ହସପିଟାଲରେ ପ୍ରାଣ ହରାଇ ଥିଲେ। ଆହତମାନଙ୍କୁ ସୋଲନର ଜୋନାଲ‌୍ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

୩୨ଟି ସିଟ‌୍ ବିଶିଷ୍ଟ ଏହି ବସ୍‌ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।