ଧର୍ମ ପଛରେ ଶି‍କ୍ଷା ଆଗରେ: ମାଦ୍ରାସା ପରୀ‍କ୍ଷାରେ ହିନ୍ଦୁ ଟପ୍‌ର

କୋଲକାତା: ମାଦ୍ରାସା ପରୀକ୍ଷାରେ ହିନ୍ଦୁ ଟପ୍‌ର। ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ କୌଣସି ଜଣେ ହିନ୍ଦୁ ବାଳିକା ମାଦ୍ରାସା ପରୀକ୍ଷାରେ ଟପ୍‌-୧୦ରେ ରହି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଖଲତପୁର ମାଦ୍ରାସାର ମାଧ୍ୟମିକ ସ୍କୁଲ ପରୀକ୍ଷାରେ ପ୍ରଶାମା ସାସମଲ ନାମକ ଜଣେ ହିନ୍ଦୁ ବାଳିକା ପରୀକ୍ଷାରେ ଶ୍ରେଷ୍ଠ ୮ମ ସ୍ଥାନରେ ରହି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ପ୍ରଥମ ଥର ହୋଇଛି, ଯେବେ ଏକ ହିନ୍ଦୁ ଝିଅ ମାଦ୍ରାସା ପରୀକ୍ଷାରେ ଟପ୍‌ ଟେନ୍‌ରେ ସ୍ଥାନ ପାଇଛନ୍ତି। ପୂର୍ବରୁ ମାଦ୍ରାସା ପରୀକ୍ଷାରେ ହିନ୍ଦୁ ବାଳକ ମାନେ ଯଦିଓ ଟପ୍ ଟେନ୍‌ରେ ରହିଥିବା ଖବର ଅଛି। ତେବେ ଏହା ପ୍ରଥମ ଥର ହୋଇଛି ଯେଉଁଠି ଏକ ହିନ୍ଦୁ ଝିଅ ଟପ୍‌ ଟେନରେ ରହିଛନ୍ତି। ରାଜ୍ୟରେ ମାନ୍ୟତାପ୍ରାପ୍ତ ମାଦ୍ରାସାରେ ଇଂରାଜି, ବିଜ୍ଞାନ, ଗଣିତ ଓ ଆରବୀ ପଢାଯାଇଥାଏ। ଏହାସହ ଇସଲାମ୍‌ର ପରିଚୟ ମଧ୍ୟ ପଢାଯାଇଥାଏ। ଯେଉଁଥିରେ ଏହି ହିନ୍ଦୁ ବାଳିକା ଜଣକ ଏହି ବିଭାଗରେ ୧୦୦ରୁ ୯୭ନମ୍ବର ରଖି ସମସ୍ତଙ୍କୁ ବିସ୍ମିତ କରିଛନ୍ତି।