ଜିଏସ୍‌ଟି: କେମିତି ଥିଲା ୧୭ ବର୍ଷର ଲମ୍ବା ଯାତ୍ରା

କାଲିଠୁ (ଜୁନ୍ ୧ ଶନିବାର) ଜିଏସ୍‌ଟି ଲାଗୁ ହେଉଥିବାରୁ ସାରା ଦେଶରେ ଏକକ ବଜାର ବ୍ୟବସ୍ଥା ଚାଲିବ। ତେବେ ଏହି ଜିଏସ୍‌ଟି ଲାଗୁ କରିବାକୁ ଆମକୁ ଲାଗିଛି ଦୀର୍ଘ ୧୭ ବର୍ଷ। ଆସନ୍ତୁ ଜାଣିବା ଗତ ୧୭ ବର୍ଷ ଭିତରେ କେଉଁ କେଉଁ ସ୍ଥିତି ଦେଇ ଗତି କରିଆସିଛି ଜିଏସଟି।

୧୯୮୬ ଫେବୃଆରୀ: ତତ୍‌କାଳୀନ ଅର୍ଥମନ୍ତ୍ରୀ ଭି.ପି.ସିଂହ ୧୯୮୬-୮୭ ଆର୍ଥିକ ବର୍ଷ ବଜେଟ୍‌ରେ ଉତ୍ପାଦ କର ଧନ ବ୍ୟବସ୍ଥା ଉପରେ ଏକ ବଡ଼ ଅଦଳବଦଳ କରିବାକୁ ପ୍ରସ୍ତାବ ରଖିଥିଲେ।

୨୦୦୦ ମସିହା: ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ସଙ୍କଳ୍ପନାମା ଆଣିବା ସହ ଜିଏସ୍‌ଟି ମଡେଲର ଡିଜାଇନ ବନାଇବାକୁ ପଶ୍ଚିମବଙ୍ଗର ତତ୍‌କାଳୀନ ଅର୍ଥମନ୍ତ୍ରୀ ଅସୀମ ଦାସଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ।

୨୦୦୩ ମସିହା: ବାଜପେୟୀ ସରକାର କର ସୁଧାର ସୁପାରିଶ କରିବାକୁ ବିଜୟ କେଲକରଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରିଥିଲେ।

୨୦୦୪ ମସିହା: ଅର୍ଥ ମନ୍ତ୍ରାଳୟର ତତ୍‌କାଳୀନ ପରାମର୍ଶଦାତା ବିଜୟ କେଲକର କର ବ୍ୟବସ୍ଥା ସ୍ଥାନରେ ଜିଏସ୍‌ଟି ଲାଗୁ କରିବାକୁ ସୁଫାରିସ୍‌ କରିଥିଲେ।

୨୦୦୬ ଫେବୃଆରୀ ୨୮: ପ୍ରଥମ ଥର ବଜେଟ୍‌ ଭାଷଣରେ ଜିଏସ୍‌ଟି ଉଲ୍ଲେଖ ହୋଇଥିଲା। ଚିଦାମ୍ବରମ୍‌ ଜିଏସ୍‌ଟି ଲାଗୁ କରିବାର ସମୟସୀମା ୨୦୧୦ ଏପ୍ରିଲ ସ୍ଥିର କରିଥିଲେ। ସେ କହିଥିଲେ, ଅର୍ଥମନ୍ତ୍ରୀଙ୍କ ଉଚ୍ଚ ଅଧିକାରୀ ସମିତି ଜିଏସ୍‌ଟିର ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରିବେ।

୨୦୦୮ ମସିହା: ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଉଚ୍ଚାଧିକାର ସମିତି ଗଠନ ଏପ୍ରିଲ ୩୦ ସମିତି ‘ଭାରତରେ ବସ୍ତୁ ଓ ଏବଂ ସେବାକର ମଡେଲ ଏବଂ ରୋଡ଼ମ୍ୟାପ’ ନାମକ ରିପୋର୍ଟ ଦେଲେ।

୨୦୦୮ ନଭେମ୍ବର ୧୦: ଉଚ୍ଚାଧିକାର ସମିତି ଜିଏସ୍‌ଟି ଉପରେ ପରିଚର୍ଚ୍ଚା ପତ୍ର ଜାରି କଲେ।

୨୦୦୯ ମସିହା: ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ, ଦାସଗୁପ୍ତା ସମିତି ଦ୍ୱାରା ଡିଜାଇନ ହୋଇଥିବା ଜିଏସ୍‌ଟିର ମୂଳ ଢାଞ୍ଚା ଘୋଷଣା କରିବା ସହ ୨୦୧୦ ସମୟ ସୀମା ରଖିଥିଲେ। ଭାଜପା ଜିଏସ୍‌ଟିର ମୂଳ ଢାଞ୍ଚାକୁ ବିରୋଧ କରିଥିଲା।

୨୦୧୦ ଫେବୃଆରୀ: ଅର୍ଥମନ୍ତ୍ରୀ ଜିଏସ୍‌ଟି ଲାଗୁ କରିବାକୁ ମୂଳଦୂଆ ପକାଇବା ଉଦ୍ଦେଶ୍ୟରେ ରାଜ୍ୟଗୁଡିକରେ ବାଣିଜ୍ୟକ କରର ମିଶନ ମୁଡ କମ୍ପ୍ୟୁଟରୀକରଣ ଆରମ୍ଭ କଲେ। ପ୍ରଣବ ମୁଖାର୍ଜୀ ୨୦୧୧ ଏପ୍ରିଲ ପର୍ଯ୍ୟନ୍ତ ଜିଏସ୍‌ଟିକୁ ଘୁଞ୍ଚାଇ ଦେଲେ।

୨୦୧୧ ମାର୍ଚ୍ଚ ୨୨: ଜିଏସ୍‌ଟି ଆଣିବାକୁ ଲୋକସଭାର ୧୧୫ତମ ଅଧିବେଶନରେ ବିଧେୟକ ଅଣାଗଲା

୨୦୧୧ ମାର୍ଚ୍ଚ ୨୯: ଜିଏସ୍‌ଟି ବିଧେୟକ ଯଶବନ୍ତ ସିହ୍ନାଙ୍କ ଅଧ୍ୟକ୍ଷତାରେ ସଂସଦର ସ୍ଥାୟୀ ସମିତିକୁ ପଠାଗଲା। ଅସୀମ ଦାସଗୁପ୍ତା ଇସ୍ତଫା ଦେଲେ। ସେତେବେଳେ କେରଳ ଅର୍ଥମନ୍ତ୍ରୀ ଏମ୍‌. ମଣି ତାଙ୍କ ସ୍ଥାନ ନେଲେ।

୨୦୧୨ ନଭେମ୍ବର: ଅର୍ଥମନ୍ତ୍ରି ପି. ଚିଦାମ୍ବରମ୍‌ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ବୈଠକ କଲେ ଓ ଜିଏସ୍‌ଟି ଲାଗୁ କରିବାକୁ ୨୦୧୨ ଡିସେମ୍ବର ୩୧ ସୁଦ୍ଧା ସବୁ ସମସ୍ୟାର ସମାଧାନ କରିବାକୁ କହିଥିଲେ।

୨୦୧୩ ଫେବୃଆରୀ: ଜିଏସ୍‌ଟଇ ଦ୍ୱାରା ରାଜ୍ୟମାନେ ଯେଉଁ କ୍ଷତି ସହିବେ ତାହା ପୂରଣ ପାଇଁ ଚିଦାମ୍ବରମ ବଜେଟ୍‌ରେ ୯୦୦୦ କୋଟି ଟଙ୍କାର ବ୍ୟବସ୍ଥା କଲେ।

୨୦୧୩ ଅଗଷ୍ଟ: ସଂସଦୀୟ ସମିତି ଜିଏସ୍‌ଟିରେ ସୁଧାର ପାଇଁ ପ୍ରସ୍ତାବ ଦେଲେ।

୨୦୧୩ ଅକ୍ଟୋବର: ରାଜ୍ୟଗୁଡିକ ପ୍ରତିବର୍ଷ ୧୪,୦୦୦ କୋଟି ଟଙ୍କା କ୍ଷତି ହେବ ବୋଲି କହି ଗୁଜରାଟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବିରୋଧ କରିଥିଲେ।

୨୦୧୪: ସ୍ଥାୟୀ ସମିତି ଦ୍ୱାରା ମଞ୍ଜୁ ଜିଏସ୍‌ଟି ସମୟସୀମା ଶେଷ ହୋଇଗଲା। କାରଣ ଭାଜପା ନେତୃତ୍ୱାଧୀନ ନୂଆ ସରକାର ଗଠନ ହେଲା।

୨୦୧୪ ଡିସେମ୍ବର ୧୮: ମନ୍ତ୍ରିମଣ୍ଡଳ ଜିଏସ୍‌ଟି ପାଇଁ ୧୨୨ତମ ସମ୍ବିଧାନ ମଞ୍ଜୁରୀ ଦେଲେ।

୨୦୧୪ ଡିସେମ୍ବର ୧୯: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋସଭାରେ ଜିଏସ୍‌ଟିକୁ ନେଇ ସମ୍ବିଧାନ ସଂଶୋଧନ (୧୨୨ତମ ସମ୍ବିଧାନ ସଂଶୋଧନ) ବିଧେୟକ ଆଣିଲେ। ଯାହାକୁ କଂଗ୍ରେସ ବିରୋଧ କରିଥିଲା।

୨୦୧୫ ଫେବୃଆରୀ: ଜିଏସ୍‌ଟି ଲାଗୁ ପାଇଁ ଜେଟଲୀ ୨୦୧୬ ଏପ୍ରିଲକୁ ସମୟସୀମା ଧାର୍ଯ୍ୟ କଲେ।

୨୦୧୫ ମେ ୬: ଲୋକସଭାରେ ଜିଏସ୍‌ଟି ସମ୍ବିଧାନ ସଂଶୋଧନ ବିଲ୍‌ ପାରିତ।

୨୦୧୫ ମେ ୧୨: ରାଜ୍ୟସଭାରେ ଆସିଲା ସମ୍ବିଧାନ ସଂଶୋଧନ ବିଲ୍‌। ରାଜ୍ୟସଭାର ପାୱାର ସମିତି ପାଖକୁ ବିଲ୍‌ ପଠାଇବାକୁ ଦାବି କଲେ।କଂଗ୍ରେସ ୧୮ ପଅତିଶତ ଜିଏସ୍‌ଟି ସୀମାର ଦାବି କଲା।

୨୦୧୫ ମେ ୧୪: ଜିଏସ୍‌ଟି ବିଲ୍‌ ରାଜ୍ୟସଭା ଓ ଲୋକସଭାର ଯୁଗ୍ମ ସମିତି ପାଖକୁ ଗଲା।

୨୦୧୫ ଅଗଷ୍ଟ: ସରକାରକୁ ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ କରିବାକୁ ସମର୍ଥନ ମିଳିଲା ନାହିଁ।

୨୦୧୬ ଜୁଲାଇ: ସରକାର ୧୮ ପ୍ରତିଶତ ଜିଏସ୍‌ଟି ସଂଶୋଧନ ସୀମାକୁ ମଞ୍ଜୁରୀ ଦେଲେନାହିଁ। ଏହି ବିଷୟରେ ସରକାରଙ୍କୁ ରାଜ୍ୟରୁ ସମର୍ଥନ ମିଳିଲା। ଅଗଷ୍ଟରେ ଭାଜପା ଓ କଂଗ୍ରେସ ସମ୍ବିଧାନ ସଂଶୋଧନ ପାଇଁ ରାଜି ହେଲେ।

୨୦୧୬ ଅଗଷ୍ଟ ୩: ରାଜ୍ୟସଭାରେ ଦୁଇ ତୃତୀୟାଂଶ ବହୁମତରେ ସମ୍ବିଧାନ ସଂଶୋଧନ ବିଲ ପାସ୍‌ କଲା।

୨୦୧୬ ସେପ୍ଟେମ୍ବର ୨: ୧୬ଟି ରାଜ୍ୟ ଜିଏସ୍‌ଟି ବିଲ୍‌କୁ ଅନୁମୋଦନ କଲେ। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବିଲ୍‌କୁ ମଞ୍ଜୁରୀ ଦେଲେ। ଡିସେମ୍ବର ୧୨ରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଜିଏସ୍‌ଟି ପରିଷଦ ଗଠନ ପାଇଁ ମଞ୍ଜୁରୀ ଦେଲେ।

ଡିସେମ୍ବର ୨୨-୨୩: ପରିଷଦର ପ୍ରଥମ ବୈଠକ। ନଭେମ୍ବର ୩କୁ ଜିଏସ୍‌ଟି ପରିଷଦ ୫, ୧୨, ୧୮ ଓ ୨୮ ଢାଞ୍ଚା ଉପରେ ସହମତି ଦେଲେ।

୨୦୧୭ ଜାନୁଆରୀ ୧୬: ଜେଟଲୀ ଜିଏସ୍‌ଟଇ ଲାଗୁ ପାଇଁ ସମୟସୀମା ଏପ୍ରିଲ୍‌କୁ ସ୍ଥିର କଲେ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୈତ୍ୱ ନିୟନ୍ତ୍ରଣ ଓ ସମୁଦ୍ର ବସ୍ତୁ ଉପରେ ଟିକସ୍‌କୁ ନେଇ ଥିବା ବିବାଦୀୟ ପ୍ରସଙ୍ଗରେ ସହମତି ହେଲା।

ଫେବୃଆରୀ ୧୮: ଜିଏସ୍‌ଟି ପରିଷଦ ଏହାକୁ ଲାଗୁ କରିବାର ପ୍ରଥମ ୫ ବର୍ଷ ରାଜ୍ୟଗୁଡିକ ସହୁଥିବା କ୍ଷତି ପୂରଣ କରିବାକୁ କ୍ଷତିପୂରଣ ବିଧେୟକକୁ ଅନ୍ତିମ ରୂପ ଦେଲେ।

ମାର୍ଚ୍ଚ ୨୦: ମନ୍ତ୍ରିମଣ୍ଡଳ ସିଜିଏସ୍‌ଟି, ଆଇଜିଏସ୍‌ଟି, ୟୁଟି ଜିଏସ୍‌ଟି ଓ କ୍ଷତିପୂରଣ ବିଧେୟକକୁ ମଞ୍ଜୁରୀ ଦେଲେ। ଲୋକସଭା ଓ ରାଜ୍ୟସଭାରେ ୪ଟି ମହତ୍ୱପୂର୍ଣ୍ଣ ଜିଏସ୍‌ଟି ବିଧେୟକ ପାରିତ ହେଲା।

ମେ’ ୧୮: ଜିଏସ୍‌ଟି ପରିଷଦ ୧୨୦୦ରୁ ଅଧିକ ବସ୍ତୁକୁ ୫, ୧୨, ୧୮ ଓ ୨୮ ପ୍ରତିଶତ ଜିଏସ୍‌ଟିରେ ରଖିଲେ।