ହିଟ୍ ଏଣ୍ଡ ରନ୍ ମାମଲା:ବିଦେଶକୁ ଯାଇ ପାରିବେ ସଲ୍ଲୁ

ମୁମ୍ୱାଇ: ହିଟ୍ ଏଣ୍ଡ ରନ୍ ମାମଲାରେ ସାମାନ୍ୟ ଆଶ୍ୱସ୍ତି ମିଳିଛି ବଲିଉଡ୍ ଷ୍ଟାର ସଲମନ୍ ଖାଁଙ୍କୁ। ବମ୍ୱେ ହାଇକୋର୍ଟ ମଙ୍ଗଳବାର ସଲମାନଙ୍କୁ ଦୁବାଇ ଯିବା ପାଇଁ ଅନୁମତି ଦେଇଛନ୍ତି। ଦୁବାଇରେ ସଲମାନ୍ ଏକ ଆୱାର୍ଡ ଶୋ’ରେ ଯୋଗ ଦେବାକୁ ସେଠାକୁ ଯିବେ । ଏହି ଆୱାର୍ଡ ଶୋ’ରେ ସଲ୍ଲୁଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା,କରଣ ଜୋହର,ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଓ ବରୁଣ ଧାୱନ ପରି ଷ୍ଟାର ମାନେ ସାମିଲ ହେବେ। ମେ’ ୨୯ରେ ଏହି ଶୋ’ ଆୟୋଜିତ ହେବ।