ହରିୟାଣା ପୋଲିସ ପଞ୍ଝାରେ ହନିପ୍ରୀତ: କହିଲେ ମୋ ଚରିତ୍ରକୁ କଳଙ୍କିତ କରାଯାଇଛି  

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଶେଷରେ ଗିରଫ ହେଲେ ବାବା ରାମ ରହିମଙ୍କ ତଥାକଥିତ ପାଳିତ କନ୍ୟା ହନିପ୍ରୀତ । ତାଙ୍କୁ ପଞ୍ଜାବ ପୋଲିସ ଗିରଫ କରିବା ପରେ  ହରିୟାଣା ପୋଲିସର ଜିମା ଦିଆଯାଇଛି। ହନିପ୍ରୀତଙ୍କୁ ପୂର୍ବରୁ ଏକ ଜାତୀୟ ଟିଭି ଚାନେଲକୁ ସାକ୍ଷାତକାର ଦେଇ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

ଏହାସହ ପ୍ରଶାସନ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ହନିପ୍ରୀତ।  ରାରାମରହିମ ଦୋଷୀ ସାବ୍ୟସ୍ତ ହେବା ଦିନ ସେ ତାଙ୍କ ସହ ଥିଲେ । ତେଣୁ ସେ, ହିଂସା ମାମଲାରେ କିପରି ପକ୍ଷଭୁକ୍ତ ହେଲେ ବୋଲି ପ୍ରଶ୍ନ କରିଛନ୍ତି ? ବିଧିବଦ୍ଧ ଅନୁମତି ପାଇବା ପରେ ସେ ରାମ ରହିମଙ୍କ ସହ ଯାଇଥିବା କହିଛନ୍ତି । ଏହାସହ ତାଙ୍କ ଚରିତ୍ରକୁ ଭୁଲ ଚିତ୍ରଣ କରାଯାଇଥିବା ଅଭିଯୋଗ ବି କରିଛନ୍ତି । ପରିସ୍ଥିତି ଗମ୍ଭୀର ହୋଇଥିବା ଯୋଗୁଁ ସେ ସାମ୍ନାକୁ ଆସି ନ ଥିଲେ । ସେହିପରି ଡେରା କର୍ମଚାରୀଙ୍କ ସମସ୍ତ ବୟାନକୁ ମିଥ୍ୟା ବୋଲି କହିଛନ୍ତି ହନିପ୍ରୀତ।

ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ସଂଗଠିତ ହିଂସା ମାମଲାର ଅଭିଯୁକ୍ତ ଅଛନ୍ତି ହନିପ୍ରୀତ।  ବାବାଙ୍କ ବେଶ୍ ନିକଟତମ କୁହାଯାଉଥିବା ହନିପ୍ରୀତ ବହୁ ସମୟ ଧରି ପୋଲିସ ଆଖିରେ ଧୁଳି ଦେଇ ଫେରାର ଥିଲା । ବାରମ୍ବାର ନିଜ ଠିକଣା ବଦଳାଉଥିବା ହନିପ୍ରୀତକୁ ଖୋଜିବା ପାଇଁ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ପଞ୍ଜାବ ଓ ହରିୟାଣା ସମେତ ନେପାଳରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା ପୋଲିସ । ତେବେ ଗତ ମାସରେ ହନିପ୍ରୀତଙ୍କ ଅନ୍ତରୀଣ ସୁରକ୍ଷା ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ।