ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୯ ମୃତ ଓ ୬୫ ଆହତ

ନୂଆଦିଲ୍ଲୀ: ହଂକଂରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଯାତ୍ରୀବାହୀ ବସ୍ ଦୁର୍ଘଟଣା ଯୋଗୁ ଏହି ଘଟଣା ଘଟିଛି। ପ୍ରାୟ ୧୦୦ ଯାତ୍ରୀ ଥିବା ଏହି ବସ୍‌ରେ ଦୁର୍ଘଟଣା ପରେ ୬୫ ଯାତ୍ରୀ ଗୁରୁତର ହୋଇଛନ୍ତି । ଦ୍ରୁତ ଗତିରେ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଡ଼ିର ବେଗ ଏତେ ପ୍ରଖର ଥିଲା ଯେ, ଭାରସାମ୍ୟ ହରାଇ ବସଟି ରାସ୍ତା କଡ଼ରେ ଥିବା ଲୁହା ଲ୍ୟାମ୍ପପୋଷ୍ଟରେ ସିଧା ପିଟି ହୋଇଯାଇଥିଲା। ଫଳରେ ଏହା ଓଲଟି ପଡ଼ିଥିଲା। ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଗୁରୁତରମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିଥିଲେ।