ହୋରାଇଜନ୍ ସ୍ପେଶ୍ କ୍ରାଫ୍ଟ ପଠାଇଲା ପ୍ଲୁଟୋର ନୂଆ ଫଟୋ

ନ୍ୟୁୟର୍କ: ନାସା ପକ୍ଷରୁ ପ୍ରେରିତ ନୂଆ ହୋରାଇଜନ୍ ସ୍ପେଶ୍ କ୍ରାଫ୍ଟ ପ୍ଲୁଟୋ ଗ୍ରହର ପୃଷ୍ଟଦେଶର କିଛି ନୂଆ ଫଟୋ ପଠାଇଛି। ପ୍ଲୁଟୋ ପୃଷ୍ଟଦେଶରେ ଆଗ୍ନେୟ ଉଦଗିରଣର ଫଟୋ ପଠାଇଛି ଏହି ମହାକାଶ ଯାନ। ଯବକ୍ଷାରଜାନ ଗ୍ୟାସ୍ ସହ କଠିନ ବରଫ ଭାସମାନ ଅବସ୍ଥାରେ ଦୃଶ୍ୟ ରହିଛି। ଏଥିସହ ପ୍ଲଟୋ ପୃଷ୍ଟଦେଶରେ ଆଗ୍ନେୟ ଜ୍ୱାଳାମୁଖ ନିକଟରେ ରହିଛି ବରଫ। ତେଣୁ ବରଫ ଉଦଗିରଣ ନେଇ ବୈଜ୍ଞାନିକମାନେ ଆଶା ପ୍ରକଟ କରୁଛନ୍ତି। ସାଧାରଣତ ପୃଥିବୀ ପୃଷ୍ଟରେ ଆଗ୍ନେୟ ଉଦଗୀରଣ ବେଳେ ଗରମ ଓ ତରଳ ଲାଭା ପୃଥିବୀ ପୃଷ୍ଠକୁ ଆସି ଥଣ୍ଡା ହୋଇ କଠିନ ହୋଇଯାଏ। ହେଲେ ପ୍ଲୁଟୋରେ ବରଫ ଉଦଗୀରଣ ନେଇ ବୈଜ୍ଞାନିକ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି।