ପୃଥିବୀରେ ପ୍ରଥମ ଜୀବ କେମିତି ଆବିର୍ଭାବ ହୋଇଥିଲା : ରହସ୍ୟ ଉନ୍ମୋଚନ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର):ଏ ସୃଷ୍ଟି ହେଉଛି ରହସ୍ୟମୟ। ଜୀବଜଗତ ଆୟମାରମ୍ଭ ପୂର୍ବରୁ କେମିତି ଥିଲା ଏ ପୃଥିବୀ ?  ଧରାପୃଷ୍ଟକୁ ପ୍ରଥମ କେଉଁ ଜୀବର ଆବିର୍ଭାବ ହୋଇଥିଲା ? ଏମିତି ଅନେକ ପ୍ରଶ୍ନକୁ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏ ଭିତରେ ଅନେକ ରହସ୍ୟରୁ ପରଦା ହଟିଥିବା ବେଳେ ଆହୁରି ବହୁତ କିଛି ଜାଣିବାର ଜିଜ୍ଞାଶା ମଣିଷକୁ ପାଗଳ କରିଦେଇଛି। ତେବେ ଏହି ଗବେଷଣା ଏବଂ ପରୀକ୍ଷାନିରୀକ୍ଷା ଭିତରେ  ବୈଜ୍ଞାନିକାମନଙ୍କୁ ଏକ ଜବରଦସ୍ତ  ସଫଳତା ମିଳିଛି ସେଇଟା ହେଉଛି ପୃଥିବୀର ପ୍ରଥମ ଜୀବ ସୃଷ୍ଟିର ରହସ୍ୟ। ପ୍ରାଣୀ ଏବଂ ମାନବ ଜାତିର  ସତ୍ତା ପୂର୍ବରୁ  ପ୍ରଥମେ ଯେଉଁ ଜୀବର ଆବିର୍ଭାବ ହୋଇଥିଲା ତା’ର ସନ୍ଧାନ ବୈଜ୍ଞାନିକମାନେ ପାଇବାରେ  ସମର୍ଥ ହୋଇଛନ୍ତି   ।

ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମେ ଏକ ଶୈବାଳର ହିଁ ଜନ୍ମ ହୋଇଥିଲା । ଦି ଅଷ୍ଟ୍ରେଲିଆନ ନ୍ୟାଶନାଲ  ୟୁନିଭରସିଟି(ଏନୟୁ)ର ବିଷେଶଜ୍ଞମାନେ ଗବେଷଣା କରି ଏଭଳି ବିରଳ ତଥ୍ୟର ସନ୍ଧାନ ପାଇଥିବା ଦାବି କରିଛନ୍ତି।  ଅଷ୍ଟ୍ରେଲିଆରୁ ମିଳିଥିବା ଏକ ଅବକ୍ଷିପ୍ତ ଶିଳାରୁ  ଉକ୍ତ ଶୈବାଳର ବିଲକ୍ଷଣ  ସାମ୍ନାକୁ ଆସିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି।  ଗବେଷଣାରୁ  ଜଣାପଡ଼ିଛି ଯେ, ୬୫୦ ନିୟୁତ ବର୍ଷ ତଥା ୬୫ କୋଟି ବର୍ଷ ପୂର୍ବରୁ ଜୀବସତ୍ତାର ଆରମ୍ଭ ଏହି ଶୈବାଳ ପ୍ରଜାତି ଜୀବରୁ ଆରମ୍ଭ ହୋଇଥିଲା।  ଉକ୍ତ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଜୋସେନ ବ୍ରୋକ୍ସଙ୍କ କହିବା ଅନୁଯାୟୀ  ସେ ପାଇଥିବା ଶିଳା ଖଣ୍ଡକୁ ଭାଙ୍ଗି ଭାଙ୍ଗି ଗୁଣ୍ଡ  କରିଥିଲେ।

ସେହି ଗୁଣ୍ଡରୁ  ଉକ୍ତ ଶୈବାଳର  ଅଣୁର(ଜୀବାଷ୍ମ)  ସନ୍ଧାନ ମିଳିଥିଲା। ଏହି ଅଣୁକୁ ନେଇ ଅଧ୍ୟୟନ କରିବା ପରେ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା।  ତାଙ୍କ କହିବା ଅନୁଯାୟୀ ଆଜକୁ ୬୫୦ ନିୟୁତ ବର୍ଷ ପୂର୍ବରୁ  ଧରାପୃଷ୍ଠରେ ଜୀବସତ୍ତା ବିକାଶର ପ୍ରକ୍ରିୟା ଆରମ୍ଭ ହୋଇଥିଲା  ଏ ସମ୍ପର୍କରେ ବିସ୍ତୃତ ବିବରଣୀ ‘ନେଚର’ ଜର୍ଣ୍ଣାଲରେ ପ୍ରକାଶ ପାଇଛି।  ଏଥିରେ ଉଲ୍ଲେଖ ଅଛି ଯେ, ଏହି ଶୈବାଳର ବିକାଶ ପଛରେ ବଡ଼ ଇକୋଲୋଜିକାଲ ବିବର୍ତ୍ତନ ପ୍ରକ୍ରିୟା ଯୋଗୁ ସମ୍ଭବ ହୋଇଛି । ଯଦି ଏହି ଶୈବାଳର ଜନ୍ମ ହୋଇ ନ ଥାନ୍ତା ତେବେ ମଣିଷ କି ପ୍ରାଣୀର ଅସ୍ତିତ୍ୱ ନଥାଆନ୍ତା। ତେବେ ଏହି ଶୈବାଳର ସୃଷ୍ଟି ହେବାର ୫୦ ନିୟୁତ ବର୍ଷ ପୂର୍ବରୁ  ପୃଥିବୀ  ସ୍ନୋ ବଲ  ସ୍ଥିତିରେ ଥିଲା ଅର୍ଥାତ ହିମମଣ୍ଡଳ ଥିଲା।  ପରେ ବିଶ୍ୱତାପନ ଯୋଗୁ  ତାପମାତ୍ରା ବୃଦ୍ଧି ପାଇଲା କ୍ରମେ ଏହାର ପ୍ରଭାବରେ ଉକ୍ତ ଗ୍ଲେସିୟର ତଥା  ହିମଖଣ୍ଡ ପାହାଡ଼ ଗୁଡ଼ିକ ତରଳି ସମୁଦ୍ରର ରୂପ  ନେଲା । ଏହି ହିମଖଣ୍ଡର ପାଣି ଖୁବ୍ ପୁଷ୍ଟିକର ଥିଲା

ଏଥିସହ ସମୁଦ୍ରରେ ମଧ୍ୟ ପୁଷ୍ଟିକର ତତ୍ୱର ବୃଦ୍ଧି ପାଇଥିଲା।  ଉପଯୁକ୍ତ ତାପମାତ୍ରା, ପୁଷ୍ଟିକର ତତ୍ୱରୁ ଖାଦ୍ୟର ଶକ୍ତି ମିଳିବା ପରେ ଉକ୍ତ ଶୈବାଳର  ବିକାଶର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ଏହି ବିବର୍ତ୍ତନ ହୋଇ ଅନ୍ୟ ଜୀବସତ୍ତାର ରୂପ ଆରମ୍ଭ ହୋଇଥିଲା।

ସୌଜନ୍ୟ: ଟାଇମସ୍‌ ଅଫ ଇଣ୍ଡିଆ

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More