ସଚିନଙ୍କ ଦିନକର ଦରମା ୨ଲକ୍ଷ ୫୬ ହଜାର , ଅଭିନେତ୍ରୀ ରେଖାଙ୍କର କେତେ?

ନୂଆଦିଲ୍ଲୀ: ଆପଣ ଜାଣିଥିବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅଭିନେତ୍ରୀ ରେଖା ରାଜ୍ୟସଭାରେ ସାଂସଦ ଅଛନ୍ତି। ହେଲେ ଏହି ଦୁଇଜଣ କେତେ ଥର ରାଜ୍ୟସଭାକୁ ଆସିଛନ୍ତି ଆପଣ ଜାଣିଛନ୍ତ କି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ୨୦୧୨ ରୁ ସାଂସଦ ହୋଇଥିବା ସଚିନ ମୋଟ୍ ୩୪୮ ଦିନ ମଧ୍ୟରୁ ମାତ୍ର  ୨୩ ଥର ରାଜ୍ୟସଭାକୁ ଯାଇଛନ୍ତି। ସେହିପରି ରେଖା ମାତ୍ର ୧୮ ଥର ରାଜ୍ୟ ସଭା ଯାଇଛନ୍ତି। ଅନ୍ୟପଟେ ଦରମା ବାବଦରେ ସଚିନ ୫୮.୮ ଲକ୍ଷ ଟଙ୍କା ପାଇଥିବା ବେଳେ ରେଖ ୬୫ଲକ୍ଷ ପାଇଛନ୍ତି। ଏହାକୁ ଯଦି ହିସାବ କରାଯାଏ ତେବେ ସଚିନ ଦିନକୁ ୨ଲକ୍ଷ ୫୬ହଜାର ଟଙ୍କା ରୋଜଗାର କରିଥିବା ବେଳେ ରେଖା ଦିନକୁ  ୩ ଲକ୍ଷ ୬୦ହଜାର ଟଙ୍କା ରୋଜଗାର କରିଛନ୍ତି। ତେବେ ଏତେ ଟଙ୍କା ସରକାରୀ ବେତନ ପାଉଥିଲେ ମଧ୍ୟ ରାଜ୍ୟସଭାକୁ କଣ ପାଇଁ  ଏହି ଦୁଇ ଜଣ ସାଂସଦ ଆସୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ଏସ୍‌ପି ସାଂସଦ ନରେଶ ଅଗ୍ରଓ୍ୱାଲ। ସେ ଆଜି  ରାଜ୍ୟସଭାରେ କହିଛନ୍ତି ଯେ ସଦନରେ ଅନୁପସ୍ଥିତ ରହୁଥିବାରୁ ସଚିନ ଓ ରେଖା ନିଜେ ନିଜେ ଇସ୍ତଫା ଦେଇଦିଅନ୍ତୁ ନ ହେଲେ ତାଙ୍କ ସାଂସଦ ପଦ ରଦ୍ଧ କରାଯାଉ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More