କେଉଁ ବ୍ୟାଙ୍କ ମୁଖିଆ ପାଉଛନ୍ତି କେତେ ଦରମା: ଶୁଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ପ୍ରାଇଭେଟ ବ୍ୟାଙ୍କ ଭାବେ ଆଇସିଆଇସିଆଇ ବ୍ୟାଙ୍କ ସ୍ଥାନ ପାଇଛି। ତେବେ ଏହି ବ୍ୟାଙ୍କର ମ୍ୟାନେଜିଙ୍ଗ ଡାଇରେକଟର ତଥା ସିଇଓ ଚନ୍ଦା କୋଚରଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ୨୦୧୬-୧୭ ବର୍ଷ ଆର୍ଥିକ ବର୍ଷରେ ଚନ୍ଦା କୋଚର ପାଇଥିବା ଦରମା ପାଇଁ ଏବେ ସେ ଚର୍ଚ୍ଚାରେ।

୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ବାର୍ଷିକ ୭.୮୫ କୋଟି ଟଙ୍କ। ଦରମା ନେଇଛନ୍ତି ଚନ୍ଦା କୋଚର। ଯାହାକି ୨୦୧୫-୧୬ ଆର୍ଥିକ ବର୍ଷ ଦରମା ତୁଳନାରେ ୬୪ ପ୍ରତିଶତ ଅଧିକ। ଏହିଭଳି ଭାବେ ଦେଖିବାକୁ ଗଲେ ଦିନକୁ ପ୍ରାୟ ୨ ଲକ୍ଷ ୧୮ହଜାର ଟଙ୍କ। କମାଉଛନ୍ତି କୋଚର।

ସେହିଭଳି ଭାରତରେ ତୃତୀୟ ସ୍ଥାନରେ ଥିବା ପ୍ରାଇଭେଟ ବ୍ୟାଙ୍କ ଏକ୍ସିସ ବ୍ୟାଙ୍କର ମୁଖ୍ୟ ଶିଖା ଶର୍ମାଙ୍କ ବାର୍ଷିକ ଦରମା ୫.୫ କୋଟି ଟଙ୍କା। ତେବେ ପ୍ରାଇଭେଟ ବ୍ୟାଙ୍କ ମୁଖ୍ୟଙ୍କ ଦରମା ତୁଳନାରେ ସରକାରୀ ବ୍ୟାଙ୍କ ମୁଖ୍ୟଙ୍କ ଦରମା ଆକାଶ ପାତାଳ ଫରକ। ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଦେଶର ସବୁଠାରୁ ବିଶ୍ୱସନୀୟ ତଥା ଲୋକପ୍ରିୟ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ୩୧.୧ ଲକ୍ଷ ଟଙ୍କ। ବାର୍ଷିକ ଦରମା ନେଇଛନ୍ତି। ସେହିପରି ଦେଶର ସମସ୍ତ ବ୍ୟାଙ୍କକୁ ପରିଚାଳନା କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଉରଜିତ୍ ପଟେଲଙ୍କ ଦରମା  ଅରୁନ୍ଧତି ଭଟ୍ଟାଚାର୍ଯ୍ୟଙ୍କ ଦରମା ଠାରୁ କିଛି ଲକ୍ଷ ଟଙ୍କ। ଅଧିକା। ଉରଜିତଙ୍କ ବାର୍ଷିକ ଦରମା ହେଉଛି ପ୍ରାୟ ୪୫ ଲକ୍ଷ ଟଙ୍କ।।