କିପରି ରୋକିବେ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌

ଆଜିକାଲି ପ୍ରାୟ ସମସ୍ତେ ଫେସବୁକ୍‌ରେ ଆକ୍ଟିଭ ରହୁଛନ୍ତି। କେବେ ଭାବିଛନ୍ତି କି ଆପଣଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍‌ ବି ହୋଇପାରେ। ଚିନ୍ତା କରନ୍ତୁନି ଆଜି ଆମେ ଆପଣଙ୍କୁ ଏହି ସମସ୍ୟାର ସମାଧାନ କିପରି ହେବ କହିବୁ। ଆସନ୍ତୁ ଜାଣିବା ଫେସବୁକ ଆକାଉଣ୍ଟକୁ କିପରି ସୁରକ୍ଷିତ ରଖିବା।

ଲଗଇନ୍‌ ଆଲର୍ଟ: ଆପଣ ଯଦି ଲଗଇନ୍‌ ଆଲର୍ଟ ବ୍ୟବହାର କରିବେ ତେବେ ଆପଣଙ୍କ ପାସୱାର୍ଡ଼ ଓ ଲଗଇନ୍‌ ଆଇଡି ନେଇ ବି ଜଣେ ଆପଣଙ୍କ ଆକାଉଣ୍ଟ ଖୋଲିପାରିବ ନାହିଁ। କାରଣ ଆପଣଙ୍କ ୟୁଜର ଆଇଡି ଓ ପାସୱାର୍ଡ ପକାଇବା ପରେ ଆପଣଙ୍କ ମୋବାଇଲକୁ ଏକ କୋଡ୍ ଆସିବ ଯାହା ବିନା ଆକାଉଣ୍ଟ ଖୋଲିପାରିବ ନାହିଁ।

ରିକ୍ୟୁଏଷ୍ଟ ଲଗଇନ୍ ଆପ୍ରୁଭାଲ୍: ଏହି ଆପ୍ରୁଭାଲ ପରେ ଆପଣ ଯଦି ଅଲଗା ବ୍ରାଉଜରରୁ ଆଇଡି ଲଗ୍ଇନ୍ କରିବେ ତେବେ ରିକ୍ୱେଷ୍ଟ ଲଗଇନ୍ ଆପ୍ରୁଭାଲ ପାଇଁ ଏକ କୋଡ ଆସିବ। ଏହି କୋଡ୍‌ରୁ ହିଁ ଆକାଉଣ୍ଟ ଖୋଲିପାରିବ। ତେଣୁ ଏହି କୋଡ୍‌ ବିନା ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କ ଆକାଉଣ୍ଟ ଖୋଲିପାରିବ ନାହିଁ।

ଲଗ୍‌ଇନ୍‌ ଖବର ରଖନ୍ତୁ: ଫେସବୁକ୍‌ରେ ସେଟିଙ୍ଗ୍‌ରେ ଯାଇ “Where you’re logged in”ରେ ଆପଣ କରିଥିବା ସମସ୍ତ ଲଗ୍‌ଇନ୍‌ ଖବର ପାଇପାରିବେ। ଯଦି ଆପଣଙ୍କ ଆଇଡି ଆଉ କେହି ଲଗ୍‌ଇନ୍‌ କରିଥିବେ ତେବେ ଏଠାରେ ଆପଣ ଜାଣିପାରିବେ।