ଅମରନାଥ ଆକ୍ରମଣର ବଦଲା, ୩ ଆତଙ୍କବାଦୀକୁ ଶେଷ କଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବଡଗ୍ରାମରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ସଂପୃକ୍ତ ଅଂଚଳରେ ସେନା ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା।

ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଅପରେସନ ଏବେ ବି ଜାରି ରହିଥିବା ସୂଚନା ମିଳିଛି।  ରୁଦବୋଡା ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଅଂଚଳକୁ ସେନା ପକ୍ଷରୁ ସିଲ୍ କରାଯାଇଥିଲା। କମ୍ବିଂ ଅପରେସନରେ ଏସଓଜି ଏବଂ ସେନା ସାମିଲ ହୋଇଥିଲେ।