ନରଭକ୍ଷୀ ନାବାଳକ ଗିରଫ

ଲୁଧିଆନା: ପଞ୍ଜାବର ଲୁଧିଆନାରେ ଏକ ନରଭକ୍ଷୀ ବାଳକକୁ ଗିରଫ କରାଯାଇଛି। ଗତକାଲି ଲୁଧିଆନା ପୋଲିସ୍ ଜଣେ ୯ବର୍ଷ ନାବାଳକ ହତ୍ୟା ଘଟଣାରେ ଆଉ ଜଣେ ନାବାଳକକୁ ଗିରଫ କରିଛି। ଗିରଫ ନାବାଳକ ଜଣ ନରମାଂସ ଭକ୍ଷଣ ଉଦ୍ଦେଶ୍ୟରେ ହତ୍ୟା କରିଥିବା ପୋଲିସ୍ ଆଗରେ ସ୍ୱୀକାର କରିଛି।

ହତ୍ୟାପରେ ସଂପୃକ୍ତ ବାଳକ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ତାର ରକ୍ତ ଏବଂ ମାଂସ ଭକ୍ଷଣ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି। ଅଭିଯୁକ୍ତ ନାବାଳକ ଜଣକ ଅଷ୍ଟମ ଶ୍ରେଣୀର ଛାତ୍ର। ସ୍କୁଲକୁ ଯିବାକୁ ଇଚ୍ଛା କରୁ ନଥିବାରୁ ସ୍କୁଲକୁ ବନ୍ଦ ରଖିବା ଲାଗି ସେ ଏଭଳି କାଣ୍ଡ କରିଥିବା କହିଛି। ତେବେ ବାଳକଟିର ମାନସିକ ଅବସ୍ଥା ଠିକ୍‌ ନଥିବା ପୋଲିସ୍‌ କହିଛି।