ଆଇସିୟୁରେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସାଇଦ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସାଇଦ ଗୁରୁତର ଅସୁସ୍ଥ ହୋଇଛନ୍ତି। ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମସର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଉଦବେଗଜନକ ରହିଛି। ସେ ଧୀରେ ଧୀରେ କଥା କହୁଛନ୍ତି। ବେଳେ ବେଳେ ନିସ୍ତେଜ ହୋଇଯାଉଛନ୍ତି। ତାଙ୍କୁ ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ଅକ୍ସିଜେନ ଥେରାପି ପ୍ରଦାନ କରାଯାଉଥିବା ବୁଧବାର ଏମସ କର୍ତ୍ତୃପକ୍ଷ କହିଛନ୍ତି।

୭୯ ବର୍ଷିୟ ମୁଫତି ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଜ୍ୱର ହେବାରୁ ଗତ ୨୪ ତାରିଖରେ ଜାମ୍ମୁରୁ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀସ୍ଥିତ ଏମସକୁ ଅଣାଯାଇଥିଲା। ବୁଧବାର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ଏବି୮ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂହ ଏମସ ଯାଇ ମୁଫତିଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି କାମନା କରିଛନ୍ତି।