ମାତ୍ର ୧ ଟଙ୍କାରେ ଅନଲିମିଟେଡ 4G ଡାଟା

ନୂଆଦିଲ୍ଲୀ: ବର୍ତ୍ତମାନ ବଜାରରେ ଟେଲିକମ୍‌ କମ୍ପାନୀଗୁଡ଼ିକ ମଧ୍ୟରେ ଟକ୍କର ଲାଗିଛି ରହିଛି। କମ୍ପାନୀଗୁଡ଼ିକ ପ୍ରତିଦିନ ଗ୍ରାହକଙ୍କୁ ଲୋଭେଇଲା ଭଳି କିଛି ନା କିଛି ଅଫର ଘୋଷଣା କରୁଛନ୍ତି। ଏ ଦିଗରେ ଆଇଡିଆ ମଧ୍ୟ ପଛରେ ପଡ଼ିଯାଇନି। ଆଇଡିଆ ତା’ର ଗ୍ରାହକଙ୍କ ପାଇଁ ଠିକ୍ ଏମିତି ଏକ ଅଫର ଘୋଷଣା କରିଛି।

ଆଇଡିଆର ନୂଆ ଯୋଜନା ଅନୁସାରେ ଗ୍ରାହକଙ୍କୁ ମାତ୍ର ୧ ଟଙ୍କାରେ ଅନଲିମିଟେଡ୍ ୪ଜି ଡାଟା ମିଳିବ। କଥାଟି ବିଶ୍ୱାସ ହେଉ ନଥିଲେ ବି ଏହା ସମ୍ପୂର୍ଣ୍ଣ ସତ। କମ୍ପାନୀ ଉଭୟ ନୂଆ ଓ ପୁରୁଣା ଗ୍ରାହକଙ୍କ ପାଇଁ ଏହି ସୁବିଧା ଯୋଗାଇ ଦେଉଛି। ଗ୍ରାହକଙ୍କ ପାଖରେ କେବଳ ଏକ ୪ଜି ସ୍ମାର୍ଟ ଫୋନ୍‌ ଥିଲେ ହେଲା।

’ଣ ଏହି ଅଫର: ଆଇଡିଆର ନୂଆ ଯୋଜନାରେ ଗ୍ରାହକ ମାତ୍ର ଏକ ଟଙ୍କାରେ ଅନ୍‌ଲିମିଟେଡ୍‌ ୪ଜି ଡାଟା ପାଇବେ। କିନ୍ତୁ ଏହି ଅଫର ବୈଧତା କେବଳ ଏକ ଘଣ୍ଟା ପର୍ଯ୍ୟନ୍ତ ରହିବ। ଆଇଡିଆ କମ୍ପାନୀ ଏହି ଅଫରକୁ ସୀମିତ ସମୟ ପାଇଁ ଘୋଷଣା କରିଛି।