ଭାରତକୁ ପୁଣି ଧମକ ଦେଲେ ପାକିସ୍ତାନ ଆର୍ମୀ ମୁଖ୍ୟ ସାହିଲ ସରୀଫ

ଇସଲାମବାଦ: ପାକିସ୍ତାନ ଆର୍ମୀ ମୁଖ୍ୟ ସାହିଲ ସରୀଫ ଭାରତର ସର୍ଜିକାଲ ଷ୍ଟ୍ରାଇକ ଦାବିକୁ ପ୍ରତ୍ୟାଖାନ କରିବା ସହ ଧମକ ଦେଇଛନ୍ତି। ସେ କହିଛନ୍ତି, “ପାକିସ୍ତାନ ଯଦି ସର୍ଜିକାଲ ଷ୍ଟ୍ରାଇକ କରିବ ତାହା ହେଲେ ଭାରତ ଏହାକୁ କେବେ ଭୁଲିପାରିବ ନାହିଁ।”

ଆର୍ମୀ ମୁଖ୍ୟରୁ ଅବସର ନେବାରୁ ୫ ଦିନ ବାକିଥିବା ବେଳେ ସରୀଫ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ସେ କହିଛନ୍ତି, “ଆମ ଯବାନ ଭାରତୀୟ ସେନାଙ୍କ ଯେ କୌଣସି କାର୍ଯ୍ୟର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି।”

ସେ କହିଛନ୍ତି, “ଯଦି ପାକିସ୍ତାନ ଭାରତରେ ସର୍ଜିକାଲ ଷ୍ଟ୍ରାଇକ କରିବ, ତାହା ହେଲେ ଭାରତର ଆଗାମୀ ପିଢୀକୁ ସର୍ଜିକାଲ ଷ୍ଟ୍ରାଇକ ପ୍ରକୃତରେ କ’ଣ ବହିରେ ପଢିବେ।”