ସ୍ୱାଧୀନତା ଦିବସ ଅବସରରେ ତାଜିକସ୍ତାନ ବାସୀଙ୍କୁ ଶୁଭେଇଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଜିକସ୍ତାନର ସ୍ୱାଧୀନତା ଦିବସରେ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ତାଜିକସ୍ତାନର ସମସ୍ତ ଦେଶବାସୀଙ୍କୁ ମୋଦି ଅଭିନନ୍ଦନ ଜଣାଇବା ସହ ସେ ଦେଶର ଉନ୍ନତି କାମନା କରିଛନ୍ତି । ଏହା ତାଜିକସ୍ତାନ ବାସୀଙ୍କ ପାଇଁ ଐତିହାସିକ ଦିବସ । ଭାରତ ଓ ତାଜିକସ୍ତାନ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି । ଆଗାମୀ ଦିନରେ ଉଭୟ ଦେଶ କୃଷି, ଯୋଗାଯୋଗ, ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ।