ମୋଦିଙ୍କ ବ୍ୟକ୍ତିଗତ ସଚିବ ହେଲେ ଏହି ଆଇଏଫ୍‌ଏସ୍ ଅଧିକାରୀ

ନୂଆଦିଲ୍ଲୀ: ୨୦୦୪ ବ୍ୟାଚ୍‌ର ଆଇଏଫ୍‌ଏସ୍ ଅଧିକାରୀ ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।

ଏ ସଂକ୍ରାନ୍ତ ବିଜ୍ଞପ୍ତି ପର୍ସନେଲ ଓ ଟ୍ରେନିଂ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏହାପୂର୍ବରୁ ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ରେ ସେ ପିଏମଓରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିଲେ।

ବିବେକ କୁମାର ଆଇଆଇଟି ବମ୍ବେରୁ କେମିକାଲ ଇଞ୍ଜିନିୟରିଂରେ ବିଟେକ ଡିଗ୍ରୀ ହାସଲ କରିଛନ୍ତି। ରୁଷ ଓ ଅଷ୍ଟ୍ରେଲିଆରେ ସେ କୂଟନୀତିକ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।