ଇଜିପ୍ଟରେ ଟ୍ରେନ ଲାଇନଚ୍ୟୁତ, ୭୦ ଆହତ

କାଇରୋ: ଇଜିପ୍ଟର ବେନି ସୁଏଫ୍ ସହରରେ ଗୁରୁବାର ଆସୱାନରୁ କାଇରୋକୁ ଯାଉଥିବା ଏକ ଟ୍ରେନ ଲାଇନଚ୍ୟୁତ ହେବାରୁ ୭୦ରୁ ଅଧିକ­­ ଆହତ ହୋଇଛନ୍ତି। ଟ୍ରେନଟି ଲାଇନଚ୍ୟୁତ ହେବା ପରେ ୨ଟି ବଗି ଓଲଟି ପଡିଥିଲା।