କେନ୍ଦ୍ର ସରକାରଙ୍କୁ ବେଖାତିର: କୋଲକାତାର ଶାହି ଇମାମ ଏବେବି ଲାଲବତି ଗାଡିରେ ବୁଲୁଛନ୍ତି

କୋଲକାତା: ଦେଶରେ ଭିଆଇପି କଲ୍ଚର୍‌ ବନ୍ଦ କରିବା ପାଇଁ ଲାଲବତି ବ୍ୟାନ ହୋଇଥିଲେ ମଧ୍ୟ କୋଲକାତାର ଶାହି ଇମାମ ଏବେବି ଲାଲବତି ଗାଡିରେ ବୁଲୁଛନ୍ତି। ଏହି ଘଟଣା ବିଷୟରେ ପଚରାଯିବାରୁ ମମତା ବାନାର୍ଜୀ ଗାଡିରେ ଲାଲବତି ଲଗେଇ ବୁଲିବାକୁ ନିର୍ଦ୍ଦେଶ ଦେଇଥିବା ସେ ଜଣାଇଥିଲେ। ଟିପୁ ସୁଲତାନ ମସ୍‌ଜିଦର ଶାହି ଇମାମ କହିଥିଲେ ଯେ ମମତା ବାନାର୍ଜି ମୋତେ କହିଛନ୍ତି ଯେ ଗାଡିରେ ଲାଲବତି ଜଳେଇ ବୁଲ, ମୁଁ ତୁମ ପଛରେ ଅଛି।

ନିକଟରେ ମୋଦି ସରକାର ଦେଶରେ ଭିଆଇପି କଲ୍ଚରକୁ ବନ୍ଦ କରିବା ପାଇଁ ମେ ମାସ ୧ତାରିଖ ଠାରୁ ଦେଶରେ ଲାଲବତି ବ୍ୟାନ କରିବାକୁ ନିଷ୍ପତି ନେଇଥିଲେ। କେବଳ ପୋଲିସ ଗାଡି, ଆମ୍ବୁଲାନ୍ସ ଏବଂ ଫାୟାର ଗାଡି ପାଇଁ କୌଣସି କଟକଣା ନଥିବା କଥା କୁହାଯାଇଥିଲା।

News Courtesy-aajtak and Picture Courtesy- mumbai mirror