ଚିକିତ୍ସାର ୨୧ ଦିନ ପରେ କମିଲା ୧୦୮ କିଲୋ, ୨୫ ବର୍ଷ ପରେ ନିଜେ ବସିଲେ ଇମାନ୍

ମୁମ୍ବାଇ: ମୋଟାପଣର ଚିକିତ୍ସା କରିବା ପାଇଁ ମୁମ୍ବାଇ ଆସିଥିବା ଇଜିପ୍ଟର ଇମାନ ଅହମଦଙ୍କ ଓଜନ ୨୧ ଦିନରେ ୧୦୮ କିଲୋଗ୍ରାମ କମିଯାଇଛି। ତାଙ୍କ ଓଜନ ଏବେ ୩୮୦ କିଲୋ ରହିଛି। ମୁମ୍ବାର ସୈଫି ହସ୍‌ପିଟାଲ୍‌ରେ ଡାକ୍ତରମାନେ ତାଙ୍କ ଚିକିତ୍ସା କରୁଛନ୍ତି। ବୈରିୟାଟ୍ରିକ୍ ସର୍ଜରୀ ପରେ ତାଙ୍କୁ ଏବେ କେବଳ ତରଳ ଖାଦ୍ୟ ଖାଇବାକୁ ଦିଆଯାଉଛି। ଏହା ସହିତ ତାଙ୍କର ଫିଜିଓଥେରାପି କରାଯାଉଛି।

ଏକ ରୋଗ କାରଣରୁ ୩୬ ବର୍ଷୀୟା ଇମାନଙ୍କ ଓଜନ କ୍ରମାଗତ ବଢ଼ି ୫୦୦ କେଜିରେ ପହଞ୍ଚି ଯାଇଥିଲା। ତାଙ୍କୁ ବିଶ୍ୱର ସବୁଠୁ ଓଜନିଆ ମହିଳାର ଆଖ୍ୟା ବି ମିଳି ଯାଇଥିଲା।