ଓଡ଼ିଶାରେ ଆଜି ପ୍ରବଳ ବର୍ଷା, ଆସନ୍ତା ୪ ଦିନ ଏହି ସବୁ ରାଜ୍ୟରେ ଲଗାଣ ବର୍ଷା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ବର୍ଷା ନେଇ ତାଜା ବୁଲେଟିନ ଜାରି କରିଛି। ୩୦ ତାରିଖ ଯାଏ କିଛି ରାଜ୍ୟରେ ଲଗାଣ ବର୍ଷା ହେବ ବୋଲି ସୂଚନା ଦେଇଛି। ଏମିତିକି କେତେକ ରାଜ୍ୟ ପାଇଁ ରେଡ୍ ଆଲର୍ଟ ମଧ୍ୟ ଜାରି କରିଛି।

 

ଗୋଆ, ଗୁଜରାଟ, ମହାରାଷ୍ଟ୍ରରେ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ମୁମ୍ୱାଇରେ ଆସନ୍ତା ୩ ଦିନ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ରାଜସ୍ଥାନ ଏବଂ ଗୁଜରାଟରେ ଆଗାମୀ ୪ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

ଆଜି ଉପକୂଳ ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମରାଠୱାଡ଼ା, ସୌରାଷ୍ଟ୍ର, କଚ୍ଛ, ବିଦର୍ଭ, କର୍ଣ୍ନାଟକା, ଝାରଖଣ୍ଡ, ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।