ତୃତୀୟ ବିବାହ କଲେ ଇମରାନ୍‌ ଖାନ୍‌

ଲାହୋର: ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ରାଜନେତା ଇମରାନ୍‌ ଖାନ୍‌ ରବିବାର ଦିନ ତୃତୀୟ ବିବାହ କରିଛନ୍ତି। ବୁଶରା ମନେକାଙ୍କୁ ସେ ବିବାହ କରିଛନ୍ତି। ବୁଶରା ଜଣେ ଆଧ୍ୟାତ୍ମିକ ପ୍ରଶିକ୍ଷକ।

ଇମରାନ୍‌ଙ୍କ ଏହି ବିବାହ ସମ୍ପର୍କରେ ତାଙ୍କ ଦଳ ପାକିସ୍ତାନ ତହରିକେ ଇସାଂଫର ପ୍ରବକ୍ତା ଫୱାଦ ଚୌଧୁରୀ କହିଛନ୍ତି ବିବାହ ସମାରୋହ ବୁଶରା ମନେକାଙ୍କ ଘରେ ଆୟୋଜନ କରାଯାଇଛି। ଏହି ବିବାହ ଉତ୍ସବରେ କେବଳ ନିକଟ ପରିଜନମାନେ ଯୋଗ ଦେଇଥିଲେ।

ପାର୍ଟିର ନେତା ଇନାମୁଲ ହକ ଆଶା ବ୍ୟକ୍ତ କରିଛନ୍ତି ଯେ, ଇମରାନ୍‌ ଖାନ୍‌ଙ୍କ ବିବାହ ନବ ଦମ୍ପତି ଏବଂ ଦେଶ ପାଇଁ ଲକି ସାବ୍ୟସ୍ତ ହେବ।

ପୂର୍ବରୁ ଇମରାନ୍‌ଙ୍କ ତୃତୀୟ ବିବାହ ନେଇ ମିଡିଆରେ ଖବର ଆସିଥିଲା। ଯାହାକୁ ସେ ଖଣ୍ଡନ କରିଥିଲେ। ସେ କହିଥିଲେ, ମୁଁ ଜଣେ ମହିଳାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛି। ଯିଏ ଆଧ୍ୟାତ୍ମକ ପ୍ରଶିକ୍ଷକ ଅଛନ୍ତି।