NBW ଜାରି ପରେ କୋର୍ଟରେ ହାଜର ହେଲେ ହାର୍ଦ୍ଦିକ ପଟେଲ: କହିଲେ ଆତ୍ମସମର୍ଥନ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଜେପିକୁ ବେଖାତିର କରି କୋର୍ଟରେ ହାଜର ହେଲେ ଗୁଜରାଟର ଯୁବନେତା ହାର୍ଦ୍ଦିକ ପଟେଲ। ତାଙ୍କ ନାଁରେ NBW ଜାରି କରାଯାଇଥିବାରୁ ସେ ମେହସାନା ବିସ୍ନଗର କୋର୍ଟରେ ହାଜର ହୋଇଛନ୍ତି। ପକ୍ଷ ରଖିବା ପରେ କୋର୍ଟ ତାଙ୍କ ଆବେଦନ ଓ କଥାକୁ ଗ୍ରହଣ କରିଥିବା କହିଛନ୍ତି ହାର୍ଦ୍ଦିକ ପଟେଲ। ନିର୍ବାଚନ କମିଶନ ଗୁଜରାଟ ବିଧାନସଭା ଲାଗି ନିର୍ବାଚନ ତାରିଖ ଘୋଷଣା କରିବା ପରେ ପରେ ହିଁ ହାର୍ଦ୍ଦିକ ପଟେଲଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରାଯାଇଥିଲା। ହର୍ଦ୍ଦିକ କହିଛନ୍ତି ପୋଲିସ ଯିଦି ତାଙ୍କୁ ଗିରଫ କରିବାକୁ ଚାହୁଁଛି ତେବେ ସେ ଆତ୍ମସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି। ବିଭିନ୍ନ ମାମଲାରେ ତାଙ୍କ ନାଁରେ ଅନେକ ପୋଲିସ କେସ୍‌ ରହିଛି।

ଦୁଇ ବର୍ଷ ତଳେ ତାଙ୍କ ନେତୃତ୍ୱରେ ଆନ୍ଦୋଳନ ବେଳେ ସରକାରୀ ସଂପତ୍ତି ଭାଙ୍ଗିବା ଅଭିଯୋଗରେ ତାଙ୍କ ନାଁରେ NBW ଜାରି କରାଯାଇଛି। ଶିକ୍ଷା ଓ ଚାକିରିରେ ପଟିଦାରଙ୍କୁ ସଂରକ୍ଷଣ ଦାବି କରି ସେତେବେଳେ ଏକ ବିରାଟ ଆନ୍ଦୋଳନ କରିଥିଲେ। ହାର୍ଦ୍ଦିକ ଏଥର ନିର୍ବାଚନରେ ବିଜେପି ବିରୋଧରେ ଯାଇ କଂଗ୍ରେସକୁ ସମର୍ଥନ କରୁଛନ୍ତି। ତେଣୁ ଗୁଜରାଟରେ ବିଜେପିର ପାଇଁ  ହାର୍ଦ୍ଦିକ ଚିନ୍ତାର କାରଣ ପାଲଟିଛି।