କେନିଆବାସୀ ଗାଈର ରକ୍ତ ପିଅନ୍ତି ହେଲେ ଗୋହତ୍ୟା କରନ୍ତି ନାହିଁ: ମୋହନ ଭଗୱତ୍

ନୂଆଦିଲ୍ଲୀ: କେନିଆବାସୀ ଆବଶ୍ୟକ ପଡିଲେ ଗାଈର ରକ୍ତ ପିଅନ୍ତି ହେଲେ ଗୋହତ୍ୟା କରନ୍ତି ନାହିଁ। ସେଠାକାର ପରିସ୍ଥିତି ସେମାନଙ୍କୁ ସେମିତି କରିବାକୁ ବାଧ୍ୟ କରିଥାଏ। ସେମାନେ ସ୍ୱତନ୍ତ୍ର ପଦ୍ଧତ୍ତି ବ୍ୟବହାର କରି ଗାଈ ଦେହରୁ ରକ୍ତ ବାହାର କରିଥାନ୍ତି । ଏହାଦ୍ୱାରା ଗାଈର କୌଣସି କ୍ଷତି କ୍ଷତି ହୋଇ ନ ଥାଏ ବୋଲି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭଗୱତ କହିଛନ୍ତି । ନାଗପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଆହୁରି କହିଛନ୍ତି, କେନିଆରେ ଗୋହତ୍ୟାକୁ ନିଷିଦ୍ଧ କରାଯାଇଛି। ସେମାନେ ଗୋହତ୍ୟାକୁ ପାପ ବୋଲି ଭାବିଥାନ୍ତି ବୋଲି କହିଛନ୍ତି। ଗୋହତ୍ୟା ନେଇ ସାରା ଦେଶରେ ଅଶାନ୍ତି ବୃଦ୍ଧି ପାଉଥିବା ବେଳେ ଏ ନେଇ ମୁହଁ ଖୋଲିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭଗୱତ୍।