କମଲନାଥଙ୍କ ପୂର୍ବତନ ସହଯୋଗୀଙ୍କ ଘରେ ଆଇଟି ରେଡ୍

୯ କୋଟି ଟଙ୍କାର ବେଆଇନ ଟ୍ରାଞ୍ଜାକସନ ସୂଚନା

ନୂଆଦିଲ୍ଲୀ: ବେଆଇନ ହାୱାଲା ଟ୍ରାଞ୍ଜାକସନ ମାମଲାରେ ମଧ୍ଯପ୍ରଦେଶ ମୁଖ୍ଯମନ୍ତ୍ରୀ କମଲନାଥଙ୍କ ପୂର୍ବତନ ପ୍ରାଇଭେଟ ସେକ୍ରେଟେରୀ ପ୍ରବୀଣ କକ୍କରଙ୍କ ଇନ୍ଦୋର ସ୍ଥିତ ବାସଭବନ, ପୂର୍ବତନ ପରାମର୍ଶଦାତା ରାଜେନ୍ଦ୍ର କୁମାର ମିଗଲାନିଙ୍କ ଦିଲ୍ଲୀ ସ୍ଥିତ ଭବନରେ ଇନକମ୍ ଟ୍ଯାକ୍ସ ଡିପାର୍ଟମେଣ୍ଟ ରେଡ୍ କରିଛି।

ସୂଚନା ଅନୁଯାୟୀ ୯ କୋଟି ଟଙ୍କାର ବେଆଇନ ଟ୍ରାଞ୍ଜାକସନ ହୋଇଥିବା ଆଇଟି ଜାଣିବାକୁ ପାଇବା ପରେ ମୋଟ ୬ଟି ସ୍ଥାନରେ ଏକକାଳୀନ ଆଇଟି ରେଡ୍ ହୋଇଛି। ନିର୍ବାଚନ ଆଚରଣ ବିଧିଲାଗୁ ହେବା ପରେ ଏହି ଦୁଇ ଅଧିକାରୀ ଅନ୍ତିମ ମାସରେ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଇନ୍ଦୋର ସ୍ଥିତ କକ୍କରଙ୍କ ଘରେ ଦିଲ୍ଲୀର ୧୫ ଜଣିଆ ଆଇଟି ଟିମ୍ ଭୋର ୩ଟାରେ ପହଞ୍ଚିବା ପରେ ଏହି ରେଡ୍ ହୋଇଥିବା ସୂଚନା ରହିଛି। ସମାନ ସ୍ଥାନରେ ଏକ ଏକ ଶୋ’ ରୁମରେ ମଧ୍ଯ ରେଡ୍ ହୋଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ଟିଡ଼ିପି ଏମପି, କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ କୁମାର ସ୍ବାମୀଙ୍କ ଘରେ ଆଇଟି ରେଡ୍ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହି ରେଡ଼୍ କରାଯାଉଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି।