ମାୟାବତୀଙ୍କ ଭାଇଙ୍କ ସମ୍ପତ୍ତିରେ ପଞ୍ଝା ମାରିଲା ଆୟକର ବିଭାଗ

ନୂଆଦିଲ୍ଲୀ: ଆୟକର ବିଭାଗ ପଞ୍ଝାରେ ପଡ଼ିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ଭାଇ। ଆଜି ଆୟକର ବିଭାଗ ନଏଡାରେ ମାୟାବତୀଙ୍କ ଭାଇଙ୍କ ନାଁରେ ଥିବା ୪୦୦ କୋଟି ଟଙ୍କାର ଏକ ପ୍ଲଟକୁ ସିଜ୍‌ କରିଛି।

ଏହି ସାତ ଏକର ଜମିକୁ ମାୟାବତୀଙ୍କ ଭାଇ ଆନନ୍ଦ କୁମାର ଓ ପତ୍ନୀ ଭିଚିତେର ଲତା ବଜାର ଦରଠାରୁ ଖୁବ କମ ଟଙ୍କାରେ କିଣିଥିବା ଜଣାପଡ଼ିଛି। ଏହି ଜବତ ସମ୍ପତ୍ତିଟିର ପ୍ରକ୍ସି ମାଲିକ ଆନନ୍ଦ ଓ ତାଙ୍କ ପତ୍ନୀ ରହିଥିଲେ।

ଆୟକର ବିଭାଗର ବେନାମୀ ସମ୍ପତ୍ତି ୟୁନିଟ ଏହାକୁ ଜବତ କରିଛି। ମାୟାବତୀ ନିକଟରେ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ବିଏସ୍‌ପିର ଜାତୀୟ ଉପ ସଭାପତି ନିଯୁକ୍ତ କରିଥିଲେ।