ଆୟକର ଜାଲରେ ସିଦ୍ଧୁ: ୨ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍‌

ନୂଆଦିଲ୍ଲୀ: ଆୟକର ବିଭାଗ ଜାଲରେ ପଡ଼ିଛନ୍ତି ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ନବଜ୍ୟୋତ୍ ସିଂ ସିଦ୍ଧୁ। ଆୟକର ବିଭାଗ ସିଦ୍ଧୁଙ୍କର ୨ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି। ବିଭାଗର କହିବା ଅନୁସାରେ, ସିଦ୍ଧୁ ଆଇଟି ରିଟର୍ଣ୍ଣ ବେଳେ ଡ୍ରେସ୍ କିଣାରେ ୨୮ ଲକ୍ଷ, ଟ୍ରାଭେଲିଂରେ ୩୮ ଲକ୍ଷରୁ ଅଧିକ, ପେଟ୍ରୋଲ ଓ ଡିଜେଲରେ ୧୮ ଲକ୍ଷ, ଷ୍ଟାଫଙ୍କ ଦରମାରେ ୪୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି।

୨୦୧୪-୧୫ରେ ଆଇଟି ରିଟର୍ଣ୍ଣ ବେଳେ ସିଦ୍ଧୁ ଯେଉଁ ଖର୍ଚ୍ଚ ଦେଖାଇଥିଲେ, ଏପର୍ଯ୍ୟନ୍ତ ତାର ହିସାବ ଦେଇନାହାନ୍ତି।  ତେବେ ଏହି ଅଭିଯୋଗକୁ ସିଦ୍ଧୁ ଖଣ୍ଡନ କରିଛନ୍ତି। ଏହି ସବୁ ପ୍ରଶ୍ନର  ଉତ୍ତର ପୂର୍ବରୁ ଦେଇ ସାରିଥିବା ସେ ସଫେଇ ଦେଇଛନ୍ତି।