ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ ୱେରେ ଜଲୱା ଦେଖାଇଲେ ଭାରତୀୟ ଯୁଦ୍ଧ ବିମାନ

ଲକ୍ଷ୍ନୌ: ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ ୱେରେ ଦେଖିବାକୁ ମିଳିଛି ଯୁଦ୍ଧ ବିମାନର ଜଲଓ୍ୱା। ଟଚ୍ ଡାଉନ୍ କରିଛନ୍ତି ମିରେଜ୍-୨୦୦୦, ସୁଖୋଇ-୩୦, ଜାଗୁଆର୍ ପରି ୧୬ଟି ଯୁଦ୍ଧ ବିମାନ। AN-32 ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ଏଥିରେ ସାମିଲ ହୋଇଥିଲା। ଏଥିସହ C-130J ସୁପର୍ ହାରସ୍କୁଲେସ୍ ଭଳି ବିଶାଳ ବିମାନ ମଧ୍ୟ ଏକ୍ସପ୍ରେସ୍‌ୱେରେ ଅବତରଣ କରିଥିଲା।

ଭାରତୀୟ ବାୟୁସେନାର ଏହି ଚିତାକର୍ଷକ ଡ୍ରିଲ୍ ଦେଖିବାକୁ ଏକ୍ସପ୍ରେସ୍‌ ୱେର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଇଛଥିଲେ।

air-forceଯୁଦ୍ଧକାଳୀନ ପରିସ୍ଥିତିରେ ଶତ୍ରୁପକ୍ଷ ଟାର୍ଗେଟ୍‌ ପ୍ରଥମେ ବିମାନ ବନ୍ଦର ଓ ଏୟାର ଷ୍ଟ୍ରିପ୍‌ ଉପରେ କରିଥାନ୍ତି। ଏପରି ସ୍ଥିତିରେ ଆବଶ୍ୟକ ପଡିଲେ ଏକ୍ସପ୍ରେସ୍ ୱେ ଗୁଡ଼ିକ ବ୍ୟବହାର କରାଯିବା ଲକ୍ଷ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଡ୍ରିଲ୍ କରିଛି ଭାରତୀୟ ବାୟୁସେନା।

ଏଥିସହ ଟ୍ରାନ୍ସପୋର୍ଟ ବିମାନ AN-32 ଅବତରଣ କରିବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ସାମଗ୍ରୀ ପରିବହନ ହୋଇପାରିବ ଓ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ନେଇ ହେବ।

ପ୍ରଥମ ଥର ଲାଗି ସଡ଼କରେ AN-32 ପରି ଏତେ ବଡ଼ ଟ୍ରାନ୍ସପୋର୍ଟ ବିମାନ ଅବତରଣ କରିଛି। ବାୟୁସେନାର ଏହି ଏକ୍ସସରସାଇଜ୍ ଅପରାହ୍ନ ୨ଟା ଯାଏଁ ଚାଲିଥିଲା। ଏଥିପାଇଁ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ ୱେରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।