ଚତୁର୍ଥ ଥର ମାରିଲେ ଚୌକା: ପଢନ୍ତୁ ଆଇଏଏସ୍ ଟପ୍ପର ନନ୍ଦିନୀଙ୍କ ସଫଳତାର ନଥି

ଦିଲ୍ଲୀ: ନନ୍ଦିନୀ କେ.ଆର୍। କର୍ଣ୍ଣାଟକର ଏହି ଯୁବତୀ ଏବେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଇଣ୍ଡିଆନ୍ ରେଭିନ୍ୟୁ ସର୍ଭିସରେ ସଫଳ ହେବା ପରେ ନନ୍ଦିନୀ ଏବେ ଫରିଦାବାଦ ସ୍ଥିତ ନ୍ୟାସନାଲ୍ ଏକାଡେମୀ ଅଫ୍ କଷ୍ଟମ୍, ଏକ୍ସସାଇଜ ଓ ନାକ୍ରୋଟିକ୍ସରେ ତାଲିମ୍ ନେଉଛନ୍ତି। ଫଳାଫଳ ଘୋଷଣା ହେବା ପରେ ନନ୍ଦିନୀ କହିଛନ୍ତି ଆଇଏଏସ୍ ଅଫିସର ହେବାକୁ ସ୍ୱପ୍ନ ଦେଖିଥିଲେ। ୨୦୧୪ ସିଭିଲ୍ ସର୍ଭିସ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇ ଆଇଆରଏସ୍‌ରେ ଯୋଗଦେଇଥିଲେ। ଚତୁର୍ଥ ଥର ଚେଷ୍ଟାରେ ସେ ଟପ୍‌ କରିଛନ୍ତି। ଓବିସି କ୍ୟାଟେଗୋରୀରେ ଆସୁଥିବା ନନ୍ଦିନୀ ଜଣେ ସିଭିଲ୍ ଇଂଜିନିୟର। ବାଙ୍ଗ।ଲୁରସ୍ଥିତ ଏମଏସ୍ ରାମେୟା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ସେ ବେଚଲର ଡିଗ୍ରୀ ହାସଲ କରିଛନ୍ତି।