ଭାରତ ପରିପକ୍ୱ, ଚୀନ୍‌ ଟିନ୍‌ଏଜର

ନୂଆଦିଲ୍ଲୀ: ଡୋକଲାମ ବିବାଦରେ ଭାରତ ପରିପକ୍ୱତା ଦେଖାଇଥିବା ବେଳେ ଚୀନ୍ ଟିନ୍ଏଜର ଭଳି ବ୍ୟବହାର କରୁଛି। ଔଷଧ ବିକଳରେ ତାଟିଆ କାମୁଡୁଛି ଚୀନ୍। ଆମେରିକାର ରକ୍ଷା ବିଶେଷଜ୍ଞ ଭାରତର ଏଭଳି ପରିପକ୍ୱତାକୁ ତାରିଫ୍ କରିଛନ୍ତି। ସେ କହିଛନ୍ତି, ଏବେ ପର୍ଯ୍ୟନ୍ତ ଭାରତ ନିଜକୁ ସଂଯତ କରି ରଖିଛି। ଚୀନର ମିଛ ଧମକରେ ଡରିନଯାଇ ଏହାକୁ ସାହସର ସହ ମୁକାବିଲା କରିଛି। ଚୀନ୍‌ର ମୁହଁ ଫୁଟାଣିକୁ ଭାରତ ଡରୁନାହିଁ କି ଚୀନ୍ ଭଳି ବଡ ବଡ ଭାଷଣବାଜି କରୁନାହିଁ ।

ଆମେରିକାର ନାଭାଲ ୱାର୍‌ କଲେଜର ପ୍ରଫେସର ହୋମ୍ସଙ୍କ କହିବା ଅନୁଯାୟୀ, ସମୁଦ୍ର କ୍ଷେତ୍ରରେ ଚୀନ୍  ଆକ୍ରମଣାତ୍ମକ ରଣନୀତି ଆପଣାଇ ନିଜକୁ ଶକ୍ତିଶାଳୀ କରିବାକୁ ଚାହୁଁଛି। କିନ୍ତୁ ତା ପୂର୍ବରୁ ସ୍ଥଳ ସୀମାରେ ସୈନ୍ୟଙ୍କୁ ଅଧିକ ସଂଗଠିତ ଓ ଶକ୍ତିଶାଳୀ କରିବା ଉଚିତ୍। ନଚେତ୍ ଯୁଦ୍ଧ ସମୟରେ ଚୀନ୍‌କୁ ଭୟାବହ ପରିଣାମ ଭୋଗିବାକୁ ପଡିବ।

ଡୋକଲାମ ବିବାଦରେ ଆମେରିକା କଣ ପାଇଁ ଚୁପ୍ ଅଛି ବୋଲି ପ୍ରଶ୍ନ ହେବାରୁ ହୋମ୍ସ କହିଥିଲେ, ମୋଦି ସରକାର ଡୋକଲାମ ବିବାଦରେ ଆମେରିକାକୁ ମଝିରେ ଟାଣିବାକୁ ଚାହୁଁ ନାହାଁନ୍ତି। କିନ୍ତୁ ଯଦି ବିବାଦ ଜଟିଳ ହୁଏ କିମ୍ୱା ସେଭଳି କିଛି ପରିସ୍ଥିତି ଉପୁଜେ ତେବେ ଆମେରିକା ଭାରତକୁ ସମର୍ଥନ କରିବାକୁ ଆଗକୁ ଆସିବାର ସମ୍ଭାବନା ରହିଛି।

 

ଅଧିକ ବିବରଣୀ- ଚୀନ-ଭାରତ ବିବାଦକୁ ନେଇ ମୁଁହ ଖୋଲିଲା ଆମେରିକା: କହିଲା ସ୍ଥିତି ଉପରେ ନଜର ରଖିଛୁ

 

 

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More