୨୦୧୮ ସୁଦ୍ଧା ସିଲ୍‌ ହେବ ଭାରତ-ପାକିସ୍ତାନ ସୀମା

ନୂଆଦିଲ୍ଲୀ: ୨୦୧୮ ସୁଦ୍ଧା ଭାରତ-ପାକିସ୍ତାନ ସୀମା ସିଲ୍‌ ହେବ। ଏଥିପାଇଁ ସ୍ଥାପନ ହେବ ବର୍ଡର ସିକ୍ୟୁରିଟି ଗ୍ରୀଡ୍। ରାଜସ୍ଥାନର ଜୈସାଲ ମେରରେ ସୀମା ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ବୈଠକରେ ରାଜନାଥ ବିଏସ୍‌ଏଫର ବରିଷ୍ଠ ଅଧିକାରୀଙ୍କ ସହ ସୀମା ସୁରକ୍ଷା ନେଇ ଆଲୋଚନା କରିଥିଲେ।

ରାଜନାଥ ସିଂହ କହିଛନ୍ତି,“ବର୍ଡର ସିକ୍ୟୁରିଟି ଗ୍ରେଡ କରାଯାଇ ସବୁବେଳେ ନଜର ରଖାଯିବ। କେନ୍ଦ୍ର ସହ ରାଜ୍ୟ ସରାକରଙ୍କର ମଧ୍ୟ କିଛି ଦାୟିତ୍ୱ ରହିଛି। ଏନେଇ ରାଜ୍ୟ ସରକାରମାନେ ପଦକ୍ଷେପ ନେବା ଦରକାର। ଦେଶର ସୁରକ୍ଷାରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ।”

ବୈଠକରେ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଳ, ରାଜସ୍ଥାନ ଗୃହମନ୍ତ୍ରୀ ଗୁଲାବ ଚନ୍ଦ କଟରିଆ, ଗୁଜରାଟ ଗୃହମନ୍ତ୍ରୀ ଏବଂ ଜମ୍ମୁ-କାଶ୍ମୀର ମୁଖ୍ୟ ସଚିବ ଯୋଗ ଦେଇଥିଲେ।