ମୋଦି ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠାରୁ ଲୋକପ୍ରିୟ ବିଶ୍ୱନେତା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠାରୁ ଲୋକପ୍ରିୟ ନେତା। ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ଏବେ ଶୀର୍ଷରେ ପହଞ୍ଚିଥିବା ଜଣାଯାଇଛି। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହ ପରେ ମୋଦି ସେମାନଙ୍କ ସହିତ ଅପ୍ଲୋଡ୍ କରିଥିବା ଫଟୋକୁ ସବୁଠାରୁ ଅଧିକ ଲୋକ ପସନ୍ଦ କରିଛନ୍ତି।


ଇନ୍‌ଷ୍ଟାଗ୍ରାମ୍‌ରେ କୌଣସି ବିଶ୍ୱନେତାଙ୍କ ଦ୍ୱିତୀୟ ସର୍ବାଧିକ ପସନ୍ଦ ହୋଇଥିବା ଫଟୋ ମଧ୍ୟ ମୋଦିଙ୍କର। ଏହି ଫଟୋ ହେଉଛି ଡାଭୋସଠାରେ ଆୟୋଜିତ ଇକୋନୋମିକ୍‌ ଫୋରମ୍ ଅବସରରେ ସେ ଏକ ବରଫ ଆଚ୍ଛାଦିତ ସ୍ଥାନରେ ଛିଡ଼ା ହୋଇଥିବା ଫଟୋ।


ଏକ ସର୍ବେକ୍ଷଣରୁ ଜଣାଯାଇଛି ତାଙ୍କର ଫଲୋୟର୍ସଙ୍କ ସଂଖ୍ୟା ବର୍ତ୍ତମାନ ୧.୪୮ କୋଟି। ଏହି ତାଲିକାରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଦ୍ୱିତୀୟରେ ଅଛନ୍ତି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ସ୍ଥାନରେ ଅଛନ୍ତି।

ମୋଦିଙ୍କ ସହିତ ଅନୁଷ୍କା ଏବଂ କୋହଲିଙ୍କ ଫଟୋ ୧,୮୩୪,୭୦୭ଟି ଇମ୍ପ୍ରେସନ୍‌ ସାଉଁଟିଛି। ଏହାର କାରଣ ସ୍ୱରୂପ କୁହାଯାଉଛି ଇନ୍‌ଷ୍ଟାଗ୍ରାମ୍‌ରେ ୩ ଜଣଙ୍କ ଅନୁରସରଣକାରୀଙ୍କ ସଂଖ୍ୟା ମୋଟ ୫.୫ କୋଟି ବୋଲି ଜଣାଯାଇଛି।