‘ଟୁ-ଫ୍ରଣ୍ଟ-ୱାର’ ପାଇଁ ପ୍ରସ୍ତୁତ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ‘ଟୁ-ଫ୍ରଣ୍ଟ-ୱାର’ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅର୍ଥାତ ଉଭୟ ପାକିସ୍ତାନ ଓ ଚୀନ୍‌ ସହ ଏକା ସାଙ୍ଗରେ ଲଢେଇ କରିପାରିବ। ଏପରି କହିଛନ୍ତି ଏୟାର ଚିଫ୍‌ ମାର୍ଶଲ ବିଏସ୍‌ ଧନୋଆ। ଆସନ୍ତାକାଲି ବାୟୁସେନା ଦିବସ ଥିବା ବେଳେ ଆଜି ସନ୍ଧ୍ୟାରେ ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ଏୟାର ଚିଫ୍‌ ମାର୍ଶଲ ଧନୋଆ। ଏହାସହ ସେ କହିଛନ୍ତି- “ସର୍ଜିକାଲ ଷ୍ଟ୍ରାକ୍‌ ହେଲେ, ଭାରତୀୟ ବାୟୁସେନା ସ୍ଥାନ ଚିହ୍ନଟ କରିବା, ଏହାକୁ ଫିକ୍ସ କରିବା ଓ ସୀମା ପାରରେ ଟାର୍ଗେଟ୍‌ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ।”

india୨୦୨୩ ସୁଦ୍ଧା ବାୟୁସେନା ୪୨ ଫାଇଟର ସ୍କ୍ୱାର୍ଡନ କ୍ଷମତା ହାସଲ କରିନେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଉଭୟ ପାକିସ୍ତାନ ଓ ଚୀନ୍‌ ସହ ଏକା ସାଙ୍ଗରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଗତମାସ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କହିଥିଲେ।