ମହାକାଶରେ ଯୁଦ୍ଧାଭ୍ୟାସ କରିବ ଭାରତ

ନୂଆଦିଲ୍ଲୀ: ସ୍ଥଳ ଓ ଆକାଶ ପଥରେ ଯୁଦ୍ଧାଭ୍ୟାସ କରୁଥିବା ଭାରତୀୟ ସେନା ଏବେ ମହାକାଶରେ ମଧ୍ୟ ନିଜ ପରାକ୍ରମ ଦେଖାଇବେ। ଭାରତ ଇତିହାସରେ ପ୍ରଥମଥର ପାଇଁ ସେନା ବାହିନୀ ଏପରି ଯୁଦ୍ଧାଭ୍ୟାସ କରିବାକୁ ଯାଉଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା ଟ୍ରାଏ-ସର୍ଭିସ ଇଣ୍ଟିଗ୍ରେଡେଟ୍‌ ଡିଫେନ୍ସ ଷ୍ଟାଫ୍‌(ଆଇଡିସି) ପକ୍ଷରୁ ମହାକାଶରେ ଏଭଳି ଯୁଦ୍ଧାଭ୍ୟାସ କରାଯିବ। ସମସ୍ତ ମିଲିଟାରୀ ଓ ବିଜ୍ଞାନ ଷ୍ଟେକ୍‌ ହୋଲଡ୍‌ର ଗୁରୁବାର ଓ ଶୁକ୍ରବାର ହେବାକୁ ଥିବା ଏହି ଯୁଦ୍ଧାଭ୍ୟାସରେ ଭାଗନେବେ। ଦିନକୁ ଦିନ ଚାଇନା ମହାକାଶରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଥିବାରୁ ଏହାକୁ କାଉଣ୍ଟର କରିବା ପାଇଁ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଚଳିତ ବର୍ଷ ମାର୍ଚ୍ଚ ୨୭ରେ ଭାରତ ପକ୍ଷରୁ ମହାକାଶରେ ଥିବାରେ ସକ୍ରିୟ ସ୍ୟାଟେଲାଇଟ୍‌କୁ ବେଶ ସଫଳତାର ସହ ଧ୍ୱଂସ କରାଯାଇଥିଲା। ସେବେଠାରୁ ହିଁ ମହାକାଶରେ ଏଭଳି ଯୁଦ୍ଧାଭ୍ୟାସ ଆରମ୍ଭ ହେବାର ସଙ୍କେତ ମିଳିଥିଲା।