ବିଶ୍ୱର ଶ୍ରେଷ୍ଠ ୮ ଶକ୍ତିଶାଳୀ ତାଲିକାର ଷଷ୍ଠ ସ୍ଥାନରେ ଭାରତ

ନ୍ୟୁୟର୍କ: ଆମେରିକା ବିଦେଶ ନୀତି ସହ ଜଡିତ ଏକ ପତ୍ରିକା ୨୦୧୭ର ଶ୍ରେଷ୍ଠ ୮ଟି ଶକ୍ତିଶାଳୀ ରାଷ୍ଟ୍ରର ତାଲିକା ପ୍ରକାଶ କରିଛି। ଏଥିରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଏହାସହ ପତ୍ରିକାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ବହୁ ପ୍ରଶଂସା କରାଯାଇଛି।

ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଚୀନ ଓ ଜାପନ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୁଷିଆ ଚତୁର୍ଥ ସ୍ଥାନରେ ଥିବା ବେଳେ ଜର୍ମାନୀ ପଞ୍ଚମ, ଇରାନ ସପ୍ତମ ଓ ଇସ୍ରାଇଲ ଅଷ୍ଠମ ସ୍ଥାନରେ ରହିଛନ୍ତି।

‘ଦ ଆମେରିକା ଇଣ୍ଟ୍ରେଷ୍ଟ’ ପତ୍ରିକାର ବାର୍ଷିକ ରିପୋର୍ଟରେ ଏହା କୁହାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ ଜାପାନ ଭଳି ଭାରତକୁ ମଧ୍ୟ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଅଣଦେଖା କରାଯାଉଛି। ହେଲେ ବିଶ୍ୱ ଦରବାରରେ ଭାରତର ସ୍ଥାନ ଦୁର୍ଲଭ ଓ ଉଲ୍ଲେଖନୀୟ। କିଛି ନା କିଛି କାରଣ ପାଇଁ ସବୁ ଶକ୍ତିଶାଳୀ ରାଷ୍ଟ୍ର ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରୁଛନ୍ତି।